ନୂଆଦିଲ୍ଲୀ: ବିଶ୍ବ ଏବେ ଆଉ ଚୀନ୍ରେ ବ୍ୟବସାୟ କରିବାକୁ ଚାହୁନାହିଁ। ଭାରତ ପାଇଁ ଏହା ଏକ ଆଶୀର୍ବାଦ ବୋଲି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ର ଲକ୍ଡାଉନ୍ ଯୋଗୁଁ ବିପୁଳ କ୍ଷତି ସହିଛି। ତେଣୁ ଲକ୍ଡାଉନ୍ ସରିବା ପରେ ଅର୍ଥନୀତିକୁ ଉପରକୁ ଉଠାଇବା ପାଇଁ ସରକାରଙ୍କର କ’ଣ ସବୁ ଯୋଜନା ରହିଛି ଆଦି ପ୍ରସଙ୍ଗ ଉପରେ ଆଲୋଚନା ସମୟରେ ଏହା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ, ରାଜପଥ, ଜାହାଜ ଚଳାଚଳ ଏବଂ ଏମଏସଏମଇ ବିଭାଗ ମନ୍ତ୍ରୀ ଶ୍ରୀ ଗଡ଼କରୀ। ନିକଟରେ ଭାରତ ଚୀନ୍ ସମେତ ପଡ଼ୋଶୀ ଦେଶ ଗୁଡ଼ିକ ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ନିୟମ ବଦଳାଇଥିଲା। ଚୀନ୍ ଏହାକୁ ତୀବ୍ର ବିରୋଧ କରିଥିଲା। ଚୀନ୍ ଭାରତର ଏଫଡିଆଇ ନୀତିକୁ ବିରୋଧ କରିବାର କିଛିଦିନ ପରେ ଗଡ଼କରୀ ଆଜି ଏଭଳି ବିବୃତି ଦେଇଛନ୍ତି। ବିଶ୍ବରେ ସବୁ ଦେଶ ଆର୍ଥିକ ସଙ୍କଟର ସାମ୍ନା କରୁଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କୌଣସି ଦେଶ ଚୀନ୍ ସହିତ ବାଣିଜ୍ୟ କରିବାକୁ ଚାହୁନାହାନ୍ତି। ଭାରତ ପାଇଁ ପରୋକ୍ଷରେ ଏହା ଏକ ଆଶୀର୍ବାଦ ବୋଲି ସେ କହିଛନ୍ତି। ୨୦୨୫ ସୁଦ୍ଧା ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ସ୍ବପ୍ନକୁ ସାକାର କରିବା ପାଇଁ ଏହା ଏକ ସୁଯୋଗ ବୋଲି ମଧ୍ୟ ସେ କହିଛନ୍ତି।
‘ଚୀନରୁ ମୁହଁ ଫେରାଉଛି ବିଶ୍ବ, ଭାରତ ପାଇଁ ଆଶୀର୍ବାଦ’
/sambad/media/post_attachments/wp-content/uploads/2020/03/nitin-gadkari.png)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)