ଭୁବନେଶ୍ବର: ଚଳିତ ବର୍ଷ ଅଗଷ୍ଟରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୬,୦୦୫ ବୃଦ୍ଧି ଘଟିଛି। ଫଳରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩ କୋଟି ୩୬ ଲକ୍ଷ ୭ ହଜାର ୯୯୮କୁ ବୃଦ୍ଧି ପାଇଛି। ଏହି ମାସରେ ଏୟାରଟେଲ, ଜିଓ ଓ ବିଏସ୍‌ଏନ୍‌ଏଲ୍‌ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ୍ ଆଇଡିଆ କିଛି ପୁରୁଣା ଗ୍ରାହକ ହରାଇଛି ବୋଲି ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ଟ୍ରାଇ ତଥ୍ୟ ଅନୁସାରେ ଅଗଷ୍ଟରେ ଜିଓ ସର୍ବାଧିକ ୨୮,୮୭୫ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍‌ ୧୪,୭୧୭ ଓ ବିଏସ୍‌ଏନ୍‌ଏଲ୍‌ ୭୬୩୫ ନୂଆ ଗ୍ରାହକ ଯୋଡ଼ିଛନ୍ତି। ଭୋଡାଫୋନ୍ ଆଇଡିଆ ୫୨୨୫ ପୁରୁଣା ଗ୍ରାହକଙ୍କୁ ହରାଇଛି। ଅଗଷ୍ଟ ସୁଦ୍ଧା ଜିଓ ଗ୍ରାହକ ସଂଖ୍ୟା ୧ କୋଟି ୪୩ ଲକ୍ଷ ୫୭ ହଜାର ୭୬୮ରେ ପହଞ୍ଚିଥିବା ବେଳେ ଏୟାରଟେଲ୍‌ ଗ୍ରାହକ ସଂଖ୍ୟା ୧ କୋଟି ୧୪ ଲକ୍ଷ ୪୫ ହଜାର ୪୧ରେ ପହଞ୍ଚିଛି। ବିଏସ୍‌ଏନ୍‌ଏଲ୍‌ର ଗ୍ରାହକ ସଂଖ୍ୟା ୬୨ ଲକ୍ଷ ୧୨ ହଜାର ୩୯୦ ଥିବା ବେଳେ ଭୋଡାଫୋନ୍ ଆଇଡିଆ ପାଖରେ ୧୫ ଲକ୍ଷ ୬୨ ହଜାର ୭୭୦ ଗ୍ରାହକ ରହିଛନ୍ତି।