କାମାକ୍ଷାନଗର-ଡୁବୁରି ରାସ୍ତା ନିର୍ମାଣରେ ୪୭୯ କୋଟି ବ୍ୟୟ

ଭୁବନେଶ୍ବର: ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ୫୧ କିଲୋମିଟର ଲମ୍ବା କାମାକ୍ଷାନଗର-ଡୁବୁରି ରାସ୍ତାକୁ ବିକାଶ କରିବା ଲାଗି ୪୭୯ କୋଟି ଟଙ୍କା ବ୍ୟୟ କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଏହି ସଡ଼କ ଦ୍ବାରା ରାଜ୍ୟର ଦୁଇ ପ୍ରମୁଖ ଶିଳ୍ପ ପେଣ୍ଠସ୍ଥଳ ତାଳଚେର ଓ ଡୁବୁରି ମଧ୍ୟରେ ରାସ୍ତାରେ ଯେଉଁ ଭିଡ଼ ସମସ୍ୟା ରହୁଥିବା ତାହା ଦୂର ହେବ। ଏହି ପ୍ରକଳ୍ପରେ ତିନି କିଲୋମିଟର ସର୍ଭିସ୍‌ ରୋଡ୍‌କୁ ପ୍ଲାଷ୍ଟିକ୍ ବର୍ଜ୍ୟ ବ୍ୟବହାର କରି ନିର୍ମାଣ କରାଯାଇଛି। ଆଡ଼ିବନ୍ଧ ଲାଗି ପ୍ରାୟ ୯ ଲକ୍ଷ ଟନ୍ ଫ୍ଲାଏ ଆସ୍ ବ୍ୟବହାର କରାଯାଇଛି। ଏହା ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ବନ୍ୟଜନ୍ତୁ ଓ ପଶୁମାନଙ୍କ ସହଜ ଚଳପ୍ରଚଳ ପାଇଁ ଏହି ପ୍ରକଳ୍ପରେ ଦୁଇଟି ଅଣ୍ଡର ପାସ୍ ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର