ମୁମ୍ବାଇ: ସ୍ବିଫ୍ଟ ମେସେଜିଂ ସଫ୍ଟଓୟାରକୁ ନେଇ ଯେଉଁ ନିୟମ ରହିଛି ତାହାକୁ ପାଳନ କରିବାରେ ବିଫଳ ହୋଇଥିବା ୪ଟି ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୧ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ସେହି ୪ ବ୍ୟାଙ୍କ ହେଉଛି କର୍ଣ୍ଣାଟକ ବ୍ୟାଙ୍କ, ୟୁନାଇଟେଡ୍‌ ବ୍ୟାଙ୍କ, ଇଣ୍ଡିଆ ଓଭରସିଜ୍ ବ୍ୟାଙ୍କ(ଆଇଓବି) ଓ କରୁର୍‌ ବୈଶ୍ୟ ବ୍ୟାଙ୍କ। କର୍ଣ୍ଣାଟକ ବ୍ୟାଙ୍କ ଉପରେ ୪ କୋଟି ଟଙ୍କା, ଆଇଓବି ଓ ୟୁନାଇଟେଡ୍‌ ବ୍ୟାଙ୍କ ଉପରେ ୩ କୋଟି ଟଙ୍କା ଏବଂ କରୁର ବୈଶ୍ୟ ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି।