ନୂଆଦିଲ୍ଲୀ,: ସୁଲଭ ମୂଲ୍ୟର ୪ଜି ଫିଚର୍ ଫୋନ୍ ଜରିଆରେ ଗ୍ରାମାଞ୍ଚଳ ଏବଂ ସ୍ୱଳ୍ପ ଆୟବର୍ଗର ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ମୋବାଇଲ୍ କଂପାନିଗୁଡ଼ିକ ଭିତରେ ଏକ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି। ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ପ୍ରଥମେ ୧୫୦୦ ଟଙ୍କିଆ ୪ଜି ଫିଚର୍ ଫୋନ୍ ଘୋଷଣା କରିଥିଲା। ଏହା ପରେ ଏୟାରଟେଲ୍ ପକ୍ଷରୁ ଅଢ଼େଇ ହଜାର ଟଙ୍କା ପାଖାପାଖି ମୂଲ୍ୟର ଫିଚର୍ ଫୋନ୍ ଅଣାଯିବ ବୋଲି ଘୋଷଣା କରାଯାଇଛି। ଏହି କ୍ଷେତ୍ରରେ ଆରମ୍ଭ ହୋଇଥିବା ପ୍ରତିଦ୍ୱନ୍ଦିତାରେ ସାମିଲ ହୋଇଛି ରାଷ୍ଟ୍ରାୟତ୍ତ କଂପାନି ବିଏସ୍ଏନ୍ଏଲ୍। ରିଲାଏନ୍ସ ଜିଓ ୪ଜି ଫିଚର୍ ଫୋନ୍ ପାଇଁ କେଉଁ କଂପାନି ସହ ବୁଝାମଣା କରିଛି ତାହା କୁହାଯାଉନାହିଁ। ଏୟାରଟେଲ୍ ପକ୍ଷରୁ କାର୍ବନ୍ ସହଯୋଗରେ ଏହାର ଫିଚର୍ ଫୋନ୍ ପ୍ରସ୍ତୁତ କରାଯାଇଛି। ସେହିପରି ମାଇକ୍ରୋମ୍ୟାକ୍ସ ସହଯୋଗରେ ବିଏସ୍ଏନ୍ଏଲ୍ ଏହାର ଫିଚର୍ ଫୋନ୍ ଆଣୁଛି। କେବଳ ସୁଲଭ ମୂଲ୍ୟର ହ୍ୟାଣ୍ଡସେଟ୍ ନୁହେଁ ଆକର୍ଷଣୀୟ ଅଫର ଜରିଆରେ ଏହି ତିନି କଂପାନି ଗ୍ରାହକଙ୍କ ହୃଦୟ ଜୟ କରିବାକୁ ଆଗେଇ ଆସିଛନ୍ତି। ଏଠାରେ ଫୋନ୍୍ଗୁଡ଼ିକ ବିଷୟରେ ସଂକ୍ଷିପ୍ତ ଭାବେ ବର୍ଣ୍ଣନା କରାଯାଇଛି।
ଶସ୍ତା ୪ଜି ଫୋନ୍ ଲଢ଼େଇ ଜୋରଦାର
ଜିଓ, ଏୟାରଟେଲ୍ ପରେ ବିଏସ୍ଏନ୍ଏଲ୍ ଆଣିଲା ଫୋନ୍
/sambad/media/post_attachments/wp-content/uploads/2017/10/romio.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)