ଜିଓକୁ ପୂରିଲା ୪ ବର୍ଷ : ଦେଶରେ ୪୦ କୋଟି ମୋବାଇଲ ଗ୍ରାହକ ହାସଲ କରିବାରେ ସକ୍ଷମ

ଭୁବନେଶ୍ୱର: ଆଜିକୁ ୪ ବର୍ଷ ପୂର୍ବେ ରିଲାଏନ୍ସ ଜିଓ ଭାରତରେ ମୋବାଇଲ ସେବା ଆରମ୍ଭ କରିଥିଲା । ତେବେ ସେତେବେଳେ ବହୁତ କମ ଲୋକ ଭାବିଥିବେ କି ଜିଓ ଚାରି ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସମର୍ଥ ହେବ ବୋଲି।  ଏରିକ୍‌ସନ୍ ମୋବିଲିଟିର ଏକ ରିପୋର୍ଟ ଅନୂଯାୟୀ ୨୦୧୫ରେ ଭାରତର ମୋବାଇଲ୍ ଡାଟା ଟ୍ରାଫିକ ମାସକୁ ୩୦ ଜିବି ରହିଥିବା ବେଳେ ୨୦୨୦ରେ ଏହା ୧୯୦୦ ପ୍ରତିଶତ ବୃଦ୍ଧି ପାଇ ମାସକୁ ୬୦୦ କୋଟି ଜିବିରେ ପହଞ୍ଚିଛି ।

ଏହି ଚାରି ବର୍ଷ ମଧ୍ୟରେ ଜିଓ ଭାରତରେ ୪୦ କୋଟି ମୋବାଇଲ ଗ୍ରାହକ ହାସଲ କରିବା ସହ ବର୍ତ୍ତମାନ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ସେହିଭଳି ଏକ ଜିବି ଡାଟାର ମୂଲ୍ୟ ୨୦୧୬ରେ ୧୮୫ରୁ ୨୦୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଟ୍ରାଇର ଟେଲିକମ୍ କ୍ଷେତ୍ରର ପ୍ରଦର୍ଶନ ରିପୋର୍ଟ ଅନୁଯାୟୀ ଏହା ପ୍ରାୟ ଜିବି ପ୍ରତି ୧୨ ଟଙ୍କାରେ ପହଞ୍ଚିଛି । ସେହିଭଳି ଭଏସ୍ କଲ୍‌ରେ ମଧ୍ୟ ଦୁଇଗୁଣ ବୃଦ୍ଧି ଘଟି ଏହା ପ୍ରିତ ଉପଭୋକ୍ତା ପିଛା ମାସକୁ ୩୬୬ ମିନିଟ୍‌ରୁ ବୃଦ୍ଧି ପାଇ ୭୧୨ ମିନିଟ୍‌ରେ ପହଞ୍ଚିଥିବା ଟ୍ରାଇ ରିପୋର୍ଟରୁ ଜଣାପଡିଛି ।

କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଶସ୍ତା ଡାଟା ବେଶ୍ ଉପଯୋଗୀ  ସାବ୍ୟସ୍ତ ହୋଇଛି । ୱାର୍କ ଫ୍ରମ୍ ହୋମ୍ ହେଉ କିମ୍ବା ଅନଲାଇନ କ୍ଲାସ ଅଥବା ଅନଲାଇନ ସପିଂ ସବୁଥିରେ ସହାୟକ ହୋଇଛି ମୋବାଇଲ ଡାଟା ।

ଜିଓ ଦ୍ୱାରା ୨୦୧୬ରେ ଆରମ୍ଭ ହୋଇଥିବା ଡିଜିଟାଲ କ୍ରାନ୍ତି ଭାରତରେ ମୋବାଇଲ୍ ଡାଟାର ବ୍ୟବହାରରେ ଅଭୂତପୂର୍ବ ବୃଦ୍ଧି ଘଟିଛି । ୨୦୧୬ରେ ମାସକୁ ପ୍ରତି ବ୍ୟକ୍ତି ହାରାହାରି ୦.୨୪ ଜିବି ବ୍ୟବହାର କରୁଥିବା ବେଳେ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ)ର ୨୦୨୦ ତଥ୍ୟ ଅନୁଯାୟୀ ଭାରତରେ ପ୍ରତି ମୋବାଇଲ୍ ଉପଭୋକ୍ତାଙ୍କ ମାସିକ ଡାଟା ବ୍ୟବହାର ୧୦.୪ ଜିବିକୁ ବୃଦ୍ଧି ପାଇଛି । ଦେଶର ମୋଟ ଡାଟା ବ୍ୟବହାରର ୬୦ ପ୍ରତିଶତରୁ ଅଧିକ ଜିଓ ନେଟୱାର୍କରେ ହେଉଛି । ନିକଟରେ ରିଲାଏନ୍ସ ଜିଓ ପକ୍ଷରୁ ଜିଓ ଫାଇଭରରେ ବାସ୍ତବରେ ଅନ୍‌ଲିମିଟେଡ୍ ନୂଆ ପ୍ଲାନ୍ ଆରମ୍ଭ କରିବା ସହିତ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ନୂଅ ବିପ୍ଳବର ଶୁଭାରମ୍ଭ କରିଛି, ଯାହା ହାଇସ୍ପିଡ୍ ଇଣ୍ଟରନେଟ୍‌ର ପ୍ରସାରକୁ ଆହୁରି ବ୍ୟାପକ କରିବ ।
ସେହିଭଳି ଏହି ଚାରି ବର୍ଷମଧ୍ୟରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ଓ ମୋବାଇଲ୍ ବ୍ରଡବ୍ୟାଣ୍ଡ୍‌ର ସୁଫଳ ପହଞ୍ଚାଇବାରେ ଜିଓ ପ୍ରମୁଖ ଭୁମିକା ଗ୍ରହଣ କରିଛି ।  ଜିଓର ଶସ୍ତା ୪ଜି ଫୋନ୍ ଜିଓଫୋନ୍ ଜରିଆରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାର ସୁଲଭ ଓ ପରିବ୍ୟାପ୍ତ ହୋଇଛି । ଭାରତରେ ପ୍ରାୟ ୧୦ କୋଟି ଜିଓଫୋନ୍ ଉପଭୋକ୍ତା ରହିଛନ୍ତି । ଟ୍ରାଇ ତଥ୍ୟ ଅନୁଯାୟୀ ୨୦୧୬ରେ ଗ୍ରାମାଞ୍ଚଳରେ ପ୍ରାୟ ୧୨ କୋଟି ଲୋକ ଡାଟା ବ୍ୟବହାର କରୁଥିବା ବେଳେ ଏହି ସଂଖ୍ୟା ଏବେ ପ୍ରାୟ ୨୭ କୋଟିରେ ପହଞ୍ଚିଛି ।

Digit

ଓଡ଼ିଶାରେ ଜିଓ
ଦେଶର ଅନ୍ୟ ସ୍ଥାନଭଳି ଓଡିଶାରେ ମଧ୍ୟ ୨୦୧୬ ସେପ୍ଟେମ୍ବର ୫ରେ ଜିଓ ବ୍ୟବସାୟିକ ସେବା ଆରମ୍ଭ କରିଥିଲା । ବିଗତ ଚାରିବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି । ନିକଟରେ ଟ୍ରାଇ ପକ୍ଷରୁ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୂଯାୟୀ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୦% ରୁ ଉର୍ଦ୍ଧ୍ୱ ହାସଲ କରିଛି ଜିଓ । ସେହିଭଳି ରାଜ୍ୟର ମୋଟ ୩.୩ କୋଟି ମୋବାଇଲ୍ ଉପଭୋକ୍ତାଙ୍କ ମଧ୍ୟରୁ  ୧.୨୯ କୋଟି ମୋବାଇଲ୍ ଗ୍ରାହକଙ୍କ ସହ ଜିଓ ଏକ ନମ୍ବର ସ୍ଥାନ ହାସଲ କରିଛି । ଜିଓ ସହିତ ଆସିଥିବା ଡାଟା କ୍ରାନ୍ତି ବଳରେ ଓଡ଼ିଶାରେ ମୋବାଇଲ୍ ଡାଟା ବ୍ୟବହାରରେ ମଧ୍ୟ ଏହି ଚାରି ବର୍ଷ ମଧ୍ୟରେ ବ୍ୟାପକ ବୃଦ୍ଧି ଘଟିଛି । ଟ୍ରାଇର ସେପ୍ଟେମ୍ବର ୨୦୧୯ ପ୍ରଦର୍ଶନ ରିପୋର୍ଟ ତଥ୍ୟ ଅନୁସାରେ ଓଡିଶାରେ ୨୦୧୬ ସେପ୍ଟେମ୍ବରରେ ମୋବାଇଲ୍ ବ୍ରଡବ୍ୟାଣ୍ଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଥିବା ବେଳେ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଏହା ଏକ କୋଟି ୫୭ ଲକ୍ଷରେ ପହଞ୍ଚିଥିଲା । ତେବେ ଗ୍ରାମଞ୍ଚଳରେ ମୋବାଇଲ୍ ବ୍ରଡ୍‌ବ୍ୟାଣ୍ଡ୍ ବ୍ୟବହାରକାରଙ୍କ ସଂଖ୍ୟାରେ ଏହି ଚାରିବର୍ଷ  ମଧ୍ୟରେ ଦଶଗୁଣରୁ ଅଧିକ ବୃଦ୍ଧି ଘଟି ଏହି ସଂଖ୍ୟା ୨୦୧୬ ସେପ୍ଟେମ୍ବରରେ ଆଠ ଲକ୍ଷ ସତୁରି ହଜାରରୁ ବୃଦ୍ଧିପାଇ ୨୦୧୯ ସେପ୍ଟମ୍ବରରେ ୯୦ ଲକ୍ଷରେ ପହଞ୍ଚିଥିବା ଟ୍ରାଇ ପ୍ରକାଶ କରିଛି ।

ସମ୍ବନ୍ଧିତ ଖବର