ଗୁଗୁଲ୍‌ ଉପରେ ୫ ବିଲିଅନ୍‌ ଡଲାର ଜରିମାନା

ବ୍ରସେଲ୍ସ: ବିଶ୍ୱର ଅଗ୍ରଣୀ ସର୍ଚ ଇଞ୍ଜିନ ଗୁଗୁଲ୍‌ ଉପରେ ୟୁରୋପୀୟ ସଂଘ ୫ ବିଲିଅନ୍‌ ଡଲାର (୩୪, ୫୦୦ କୋଟି ଟଙ୍କା) ଜରିମାନା ଲାଗୁ କରିଛି। ନିଜ ଲାଭ ଓ ସୁବିଧା ପାଇଁ ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌କୁ ଗୁଗୁଲ୍‌ ବେଆଇନ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ବିଶ୍ୱର ଅଧିକାଂଶ ସ୍ମାର୍ଟଫୋନ୍‌ରେ ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌ ରହିଛି। ଆଣ୍ଡ୍ରଏଡ୍‌ର ଲୋକପ୍ରିୟତାକୁ ଗୁଗୁଲ୍‌ ନିଜ ସୁବିଧା ପାଇଁ ବ୍ୟବହାର କରୁଥିଲା।

ସମ୍ବନ୍ଧିତ ଖବର