ନୂଆଦିଲ୍ଲୀ: ଦେଶରେ ଆଧାରକାର୍ଡକୁ ବିଭିନ୍ନ ଯୋଜନା ସହିତ ଯୋଡ଼ାଯିବା ଦ୍ୱାରା ୫ କୋଟି ନକଲି ହିତାଧିକାରୀଙ୍କୁ ଧରାଯାଇଛି। ଏହା କହିଛନ୍ତି କେନ୍ଦ୍ର ରେଳ ଓ କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲ। ଏମାନଙ୍କ ମଧ୍ୟରେ ସାଢ଼େ ୩ କୋଟି ନକଲି ଏଲ୍ପିଜି ସଂଯୋଗ ନେଇଥିବା ବ୍ୟକ୍ତି ଧରା ପଡ଼ିଥିବାବେଳେ ୧ କୋଟି ୬୦ ଲକ୍ଷ ନକଲି ରାସନ୍କାର୍ଡ ଧାରୀଙ୍କୁ ମଧ୍ୟ ଧରାଯାଇଛି। ଟ୍ଵିଟରରେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗୋୟଲ ଏକ ଭିଡିଓ ସେୟାର କରିବା ସହିତ ଉପରୋକ୍ତ ତଥ୍ୟ ଦେଇଛନ୍ତି। ଆଧାରର ସାମ୍ବିଧାନିକ ବୈଧତାର ବିଚାର ପାଇଁ ସୁପ୍ରିମକୋର୍ଟ ଚଳିତମାସ ଶେଷ ସପ୍ତାହରେ ଏକ ସମ୍ବିଧାନ ପୀଠ ଗଠନ କରିବ। ଏହି ପୀଠରେ ଉକ୍ତ ମାମଲାର ଶୁଣାଣି ହେବାକୁ ଥିବାବେଳେ ମନ୍ତ୍ରୀ ଶ୍ରୀ ଗୋୟଲ ଉପରୋକ୍ତ ସୂଚନା ଦେଇଛନ୍ତି। ଗତକାଲି ମଧ୍ୟ ସୁପ୍ରିମକୋର୍ଟରେ କେତେକ ଆବେଦନକାରୀ ଆଧାରକାର୍ଡ ଉପରେ ଅନ୍ତରୀଣ ରହିତାଦେଶ ଦେବାକୁ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହା ଉପରେ ଅନ୍ତରୀଣ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି।
ଆଧାର ଯୋଗୁଁ ଧରାପଡ଼ିଛନ୍ତି ୫ କୋଟି ନକଲି ହିତାଧିକାରୀ
/sambad/media/post_attachments/wp-content/uploads/2017/11/aadhaar-card-image.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)