ଚଣ୍ଡିଗଡ଼: ଦେଶର ପ୍ରଥମ ବିଶ୍ବବିଦ୍ୟାଳୟ ଭାବେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ କରୋନା ଯୋଦ୍ଧାଙ୍କ ପିଲାମାନଙ୍କ ପାଇଁ ୫ କୋଟି ଟଙ୍କାର ମେଧାବୃତ୍ତି ଘୋଷଣା କରିଛି। କରୋନା ମୁକାବିଲା ପାଇଁ ଆଗଧାଡ଼ିରେ ରହି ଲଢ଼େଇ କରୁଥିବା ଡାକ୍ତର, ପାରା ମେଡିକାଲ କର୍ମଚାରୀ, ସଫେଇ କର୍ମଚାରୀ, ଗଣମାଧ୍ୟମ ବ୍ୟକ୍ତି ଏବଂ ପୁଲିସ କର୍ମଚାରୀଙ୍କ ପିଲାମାନଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯିବ। ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର କୁଳାଧିପତି ସତନାମ୍ ସିଂହ ସାନ୍ଧୁ ଏହି ଘୋଷଣା କରିଛନ୍ତି। କୋଭିଡ-୧୯ ଯୋଦ୍ଧା ମେଧାବୃତ୍ତି ଯୋଜନାରେ ବିଶ୍ବବିଦ୍ୟାଳୟପ ପକ୍ଷରୁ ପ୍ରଦାନ କରାଯାଉଥିବା ୟୁଜି ଏବଂ ପିଜି ପାଠ୍ୟକ୍ରମରେ ୧୦ ପ୍ରତିଶତ ଆସନ ମଧ୍ୟ ସଂରକ୍ଷଣ କରାଯିବ। ଏହି ବର୍ଗରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଅବଧିରେ ୧୦୦ ପ୍ରତିଶତ ଫି ରିହାତି ପାଇବେ। ଏଥିସହିତ ଦେଶରେ ଲକ୍ଡାଉନ୍ କାର୍ଯ୍ୟକାରୀ ହେବା ଦିନଠାରୁ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଚଣ୍ଡିଗଡ଼ ଏବଂ ମୋହାଲିରେ ଦୈନିକ ୨୦୦୦ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ଦିନକୁ ଦୁଇବେଳା ପ୍ରଦାନ କରାଯାଉଛି। ଏମ୍ସ ଦିଲ୍ଲୀ ସମେତ ବିଭିନ୍ନ ପ୍ରତିଷ୍ଠାନକୁ ଏପର୍ଯ୍ୟନ୍ତ ୩୫୦୦ ଲିଟର ସାନିଟାଇଜର ମଧ୍ୟ ବାଣ୍ଟିଛି। ମୋହାଲି ଜିଲ୍ଲା ପ୍ରଶାସନ ସହଯୋଗରେ ଘରୁଆଁଠାରେ ୧୦୦୦ ଶଯ୍ୟା ବିଶିଷ୍ଟ ଏକ ସଂଗରୋଧ କେନ୍ଦ୍ର ମଧ୍ୟ ସ୍ଥାପନ କରିଛି।
କରୋନା ଯୋଦ୍ଧାଙ୍କ ପିଲାଙ୍କୁ ୫ କୋଟିର ମେଧାବୃତ୍ତି ଦେବ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ
/sambad/media/post_attachments/wp-content/uploads/2020/04/fdhsf87h87sfhs7f8hsfhsfhsffshsfhfhsfhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)