ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

ଆବେଦନ ପାଇଁ ଆଉ ୫ ଦିନ ସୁଯୋଗ

ସମ୍ବାଦ ପକ୍ଷରୁ ବ୍ରାଣ୍ଡ୍‌ସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୧୯ ପାଇଁ ଆାବେଦନକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ବିଭିନ୍ନ ବର୍ଗରେ ଆବେଦନମାନ ଆସି ପହଞ୍ଚିବାରେ ଲାଗିଛି। ଚଳିତ ସଂସ୍କରଣରେ ୫ଟି ବର୍ଗରେ କମ୍ପାନିଗୁଡ଼ିକ ପାଇଁ ଆବେଦନ କରିବାର ସୁଯୋଗ ରହିଛି। ସେଗୁଡ଼ିକ ହେଲା ସିଏସଆର୍ ବା କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ, ଲାର୍ଜ ବା ବୃହତ୍, ମିଡିୟମ ବା ମଧ୍ୟମ, ସ୍ମଲ ବା କ୍ଷୁଦ୍ର ଏବଂ ଏମର୍ଜିଂ ବା ଉଦୀୟମାନ। ଏହି ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କମ୍ପାନି ଗୁଡ଼ିକୁ ଏକ ଦକ୍ଷ ଏବଂ ନିରପେକ୍ଷ ବିଚାରକ ମଣ୍ଡଳୀ ଯାଞ୍ଚ କରି ସେମାନଙ୍କୁ ପୁରସ୍କାର ପାଇଁ ବାଛିବେ। ବ୍ରାଣ୍ଡ୍ ଅଫ୍ ଦି ଇଅର୍ ଭାବରେ ପ୍ରତ୍ୟେକ ବର୍ଗରୁ ୩ଟି ଲେଖାଏଁ ସଂସ୍ଥାକୁ ବଛାଯିବ। ସେମାନଙ୍କୁ ପ୍ଲାଟିନମ, ଗୋଲ୍ଡ ଓ ସିଲଭର ପୁରସ୍କାର ପ୍ରଦାନ କରାଯିବ। ଆବେଦନର ଶେଷ ତାରିଖ ଆସନ୍ତା ଜାନୁଆରି ୪ ତାରିଖ ରଖାଯାଇଥିବାରୁ ଏଥିପାଇଁ ଆବେଦନ ନିମନ୍ତେ ଆଉ ୫ ଦିନ ସୁଯୋଗ ରହିଛି।
ଏହି ସମୟ ମଧ୍ୟରେ କମ୍ପାନି ଗୁଡ଼ିକ www.sambadawards.com ୱେବସାଇଟ୍‌କୁ ଯାଇ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ଆବେଦନ ପାଇଁ ଆଗ୍ରହୀ ବ୍ୟକ୍ତିମାନେ ୱେବସାଇଟ୍‌କୁ ଖୋଲିବା ପରେ‌ ୱେବପେଜ୍‌ର ଡାହାଣ ପଟେ ବ୍ଲିଙ୍କ୍ କରୁଥିବା APPLY NOW ଉପରେ କ୍ଲିକ୍ କରିବାକୁ ହେବ। ତାହାପରେ ଆବଶ୍ୟକ ତଥ୍ୟ ଦାଖଲ କରିବାକୁ ପଡ଼ିବ। ତେବେ ଏଥିପାଇଁ କେତୋଟି ଯୋଗ୍ୟତା ଥିବା ଆବଶ୍ୟକ। ସେଗୁଡ଼ିକ ହେଲା କମ୍ପାନି ବା ସଂସ୍ଥାଟି ଓଡ଼ିଶାରେ ପଞ୍ଜୀକୃତ ହେବା ସହିତ ଓଡ଼ିଶାରେ ମୁଖ୍ୟ କାର୍ଯ୍ୟାଳୟ ରହିଥିବା ଜରୁରୀ। ଏହାବ୍ୟତୀତ କମ୍ପାନିର ଉତ୍ପାଦ/ସେବା ଓଡ଼ିଶା ସମେତ ଓଡ଼ିଶା ବାହାରେ ପହଞ୍ଚିଥିବା ଆବଶ୍ୟକ। ସେହିଭଳି କମ୍ପାନିଟି ୩ ବର୍ଷ ଧରି ବ୍ୟବସାୟ କରୁଥିବା ଆବଶ୍ୟକ। ଯଦି ଏ ନେଇ କାହାରି କୌଣସି ପ୍ରଶ୍ନ ପଚାରିବାର ଥାଏ ତାହେଲେ ମୋବାଇଲ ନମ୍ବର ୯୮୬୧୦୯୪୧୭୪ରେ କଲ୍ କରି କିମ୍ବା [email protected]ରେ ଇମେଲ୍ କରି ଯୋଗାଯୋଗ କରିପାରିବେ। ଆସନ୍ତାମାସ ୧୯ ତାରିଖରେ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଭୁବନେଶ୍ବରସ୍ଥିତ ହୋଟେଲ ମେ ଫେୟାର ପରିସରରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ଉଦ୍ୟୋଗ ଜଗତର ପ୍ରତିଭାମାନଙ୍କୁ ସମ୍ବାଦର ଏହି ପୁରସ୍କାର ସ୍ବୀକୃତି ପ୍ରଦାନ କରିବ। ଫଳରେ ଆଗକୁ ବଢ଼ିବା ଲାଗି ଏହି ପୁରସ୍କାର ଉଦ୍ୟୋଗୀମାନଙ୍କୁ ପ୍ରେରଣା ଯୋଗାଇବ।

ସମ୍ବନ୍ଧିତ ଖବର