ଆଜିକାଲି ଟଙ୍କା ରୋଜଗାର କରିବା ଯେତିକି କଷ୍ଟ ଅନ୍ଲାଇନ୍ ଜରିଆରେ ଟଙ୍କା ରୋଜଗାର କରିବା ସେତିକି ସହଜ ହୋଇ ପଡ଼ିଛି। ଏମିତି ଅନେକ ଅନ୍ାଲାଇନ୍ ତରିକା ଅଛି ଯେଉଁଥିରେ ଆପଣ ଟଙ୍କା ରୋଜଗାର କରପାରିବେ। ଚାଲନ୍ତୁ ଜାଣିବ ତାହା ସବୁ କ’ଣ।
ଆପଣ ଅନ୍ଲାଇନ୍ ସପିଂ କରିଥିବେ ଯଦି ନିଶ୍ଚୟ ଅନୁମାନ ଲଗାଇ ପାରୁଥିବେ ଯେ ଅନ୍ଲାଇନ୍ ସପିଂ ଜରିଆରେ କିପରି ଭାବେ ଟଙ୍କା ରୋଜଗାର ହୁଏ। ସାଇଟ୍ଗୁଡ଼ିକରେ ଆପଣ ଚାହିଁଲେ ନିଜ ବ୍ରାଣ୍ଡ ଜିନିଷ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ।
ଡିଜିଟାଲ୍ ମାର୍କେଟିଂ କନ୍ସଲଟାନ୍ସି ଜରିଆରେ ବି ଟଙ୍କା ରୋଜଗାର କରିବା ପରି ଏକ ଉପାୟ ଅଛି। ଯେପରି ୟୁଟ୍ୟୁବ୍, ଫେସ୍ବୁକ୍ କିମ୍ବା ବିଭିନ୍ନ େଓ୍ଵବ୍ ପୋର୍ଟାଲ ଆଦି ଏହାର ଅନ୍ତର୍ଭୁକ୍ତ।
ବ୍ଲଗିଂ ଜରିଆରେ ବି ଟଙ୍କା ରୋଜଗାର କରିହେବ। ବଡ଼ ବଡ଼ ଲୋକମାନେ ସବୁ ଏହି ବ୍ଲଗିଂ ଜରିଆରେ ଅନେକ ଟଙ୍କା ରୋଜଗାର କରୁଛନ୍ତି।
ଅନ୍ୟ ଏକ ପ୍ରକିୟା ହେଉଛି ‘ଡ୍ରପ୍ସିପିଂ’। ଏହି ପକ୍ରିୟାକୁ କୁହାଯାଉଛି ଥାର୍ଡପାର୍ଟି ସେଲିଂ। ଏହା ଦ୍ୱାରା ଜଣେ ନିଜର ଜିନିଷ ବିକ୍ରି କରିବାକୁ ଅନ୍ୟ ଜଣଙ୍କୁ ମାଧ୍ୟମ ବନାଇଥାଏ।