ୟୁକୋ ବ୍ୟାଙ୍କରେ ୫ ମିନିଟ୍‌ରେ ଋଣ

ଭୁବନେଶ୍ବର : ୟୁକୋ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କ ପରିବର୍ତ୍ତିତ ଆବଶ୍ୟକତାକୁ ନଜରରେ ରଖି ପ୍ରାକ୍ ଅନୁମୋଦିତ ବ୍ୟକ୍ତିଗତ ଋଣ (ପିଏପିଏଲ୍‌) ଆରମ୍ଭ କରାଯାଇଛି। ଏଥିରେ ସମସ୍ତ ଯୋଗ୍ୟ ଗ୍ରାହକ କୌଣସି ଶାଖା କିମ୍ବା କାର୍ଯ୍ୟାଳୟ ପରିଦର୍ଶନ ନକରି ୫ ମିନିଟ୍‌ରେ ସେମାନଙ୍କ ଋଣ ଅନୁମୋଦନ ଓ ପ୍ରାପ୍ତ କରିପାରିବେ। ଯେଉଁ ଗ୍ରାହକମାନେ ଜରୁରୀକାଳୀନ ଭିତ୍ତିରେ ଅର୍ଥ ଦରକାର କରୁଛନ୍ତି ସେମାନଙ୍କ ପାଇଁ ପିଏପିଏଲ୍‌ ୨୪ ଘଣ୍ଟା ଉପଲବ୍ଧ ରହିଛି। କୌଣସି ପ୍ରି-କ୍ଲୋଜର ଚାର୍ଜ ବିନା ବାର୍ଷିକ ୧୦% ସୁଧରେ ଏହି ୬ଣ ମିଳିବ। ବ୍ୟାଙ୍କର ଋଣ ଖାତାରେ ୧୫% ବୃଦ୍ଧି ହାସଲ କରିବା ଓ ନୂତନ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର