ଇ-ରୁପି ପରୀକ୍ଷଣରେ ଯୋଡ଼ିହେବ ଆଉ ୫ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ବିକାଶ କରିଥିବା ଡିଜିଟାଲ୍ ମୁଦ୍ରା ଇ-ରୁପିର ପରୀକ୍ଷଣ ଜାରି ରହିଛି। ୨୦୨୨ ନଭେମ୍ବରଠାରୁ ଏହି ପରୀକ୍ଷଣ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ପାଇକାରୀ ଏବଂ ପରେ ଖୁଚୁରା ବଜାରରେ ତାହାର ପରୀକ୍ଷଣ କରାଯାଉଛି। ଇ-ରୁପିକୁ ୫୦ ହଜାର ଲୋକ ଓ ୫୦୦୦ ବ୍ୟବସାୟୀ ଏବେ ବ୍ୟବହାର କରୁଛନ୍ତି। ଆଠଟି ବ୍ୟାଙ୍କ ପାଞ୍ଚଟି ସହରରେ ଏହି ପରୀକ୍ଷଣ କରୁଛନ୍ତି। ଆଉ ପାଞ୍ଚଟି ବ୍ୟାଙ୍କ ଏହି ପରୀକ୍ଷଣରେ ସାମିଲ ହେବାକୁ ଯାଉଛନ୍ତି। ଆଉ ୯ଟି ଅଧିକ ସହରରେ ଇ-ରୁପିର ପରୀକ୍ଷଣ ହେବ ବୋଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଟି ରବି ଶଙ୍କର କହିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ୟେସ୍ ବ୍ୟାଙ୍କ, ଆଇଡିଏଫ୍‌ସି ଫାଷ୍ଟ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ୟୁନିୟନ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଦ୍ବାରା ଇ-ରୁପି ପରୀକ୍ଷଣ ଜାରି ରହିଛି।

ସମ୍ବନ୍ଧିତ ଖବର