ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହର ନିକଟରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଏଟିଏମ୍ରୁ ଟଙ୍କା ଉଠାଇବା ବେଳେ ୫ ଗୁଣା ଅଧିକ ଟଙ୍କା ବାହାରିଛି। ନାଗପୁରଠାରୁ ୩୦ କିମି ଦୂର ଖାପ୍ରାଖେଡ଼ା ସହରରେ ଗୋଟିଏ ଘରୋଇ ବ୍ୟାଙ୍କର ଏଟିଏମ୍ରେ ଏଭଳି ତ୍ରୁଟି ଗତ ବୁଧବାର ଦିନ ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ଏଟିଏମ୍ରୁ ୫୦୦ ଟଙ୍କା ଉଠାଇବାକୁ ଯିବାବେଳେ ଗୋଟିଏ ୫୦୦ ଟଙ୍କିଆ ନୋଟ୍ ବାହାରିବା ପରିବର୍ତ୍ତେ ୫ଟି ୫୦୦ ଟଙ୍କିଆ ନୋଟ୍ ବାହାରିଥିଲା। ସଂପୃକ୍ତ ବ୍ୟକ୍ତି ଜଣକ ଦ୍ବିତୀୟ ଥର ମଧ୍ୟ ୫୦୦ ଟଙ୍କା ଉଠାଇବାରୁ ତାଙ୍କୁ ୨୫୦୦ ଟଙ୍କା ମିଳିଥିଲା। ଏଟିଏମ୍ରୁ ୫ ଗୁଣା ଅଧିକ ଅର୍ଥ ବାହାରିବା ଖବର ବନାଗ୍ନି ଭଳି ଚାରିଆଡ଼େ ବ୍ୟାପୀ ଯାଇଥିଲା। ପରେ ଜଣା ପଡ଼ିଥିଲା ଯେ ଏହି ତ୍ରୁଟି ମାନବକୃତ। ଏଟିଏମ୍ରେ ଟଙ୍କା ଭର୍ତ୍ତି ସମୟରେ ୧୦୦ ଟଙ୍କିଆ ନୋଟ୍ ରଖିବା ପାଇଁ ରଖାଯାଇଥିବା ଟ୍ରେରେ ଭୁଲରେ ୫୦୦ ଟଙ୍କିଆ ନୋଟ୍ ରଖାଯାଇଥିଲା। ଏ ନେଇ ପୁଲିସରେ ଏତଲା ଦିଆଯାଇନାହିଁ।
ଏଟିଏମ୍ରୁ ବାହାରିଲା ୫ ଗୁଣା ଅଧିକ ଟଙ୍କା
/sambad/media/post_attachments/wp-content/uploads/2021/09/atm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)