୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଟେଲିଭିଜନ ଚ୍ୟାନେଲ୍ରେ ଉଦ୍ବୋଧନ ଦେଇ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଥିଲେ। ଏହି ନୋଟ୍ଗୁଡ଼ିକୁ ବଦଳାଇବା ପାଇଁ ଲୋକମାନଙ୍କୁ ୫୦ ଦିନର ସମୟ ପ୍ରଦାନ କରାଯାଇଥିଲା। ସେହି ସମୟରେ ଯାହା କିଛି ଘଟିଥିଲା ତାହାର ଏକ ସଂକ୍ଷିପ୍ତ ଚିତ୍ରn ନଭେମ୍ବର ୮ରେ ବିମୁଦ୍ରାକରଣ ଘୋଷଣା। ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳn ନଭେମ୍ବର ୯ରେ ବ୍ୟାଙ୍କ ଓ ଡାକ ଘର ବନ୍ଦn ନଭେମ୍ବର ୧୦ରୁ ପୁରୁଣା ନୋଟ୍ ଜମା ଓ ବଦଳ ପ୍ରକ୍ରିୟା ଆରମ୍ଭn ବ୍ୟାଙ୍କ ଓ ଏଟିଏମ୍ କାଉଣ୍ଟର୍ ସାମ୍ନାରେ ଲୋକଙ୍କ ଲମ୍ବା ଧାଡ଼ିn ସାରା ଦେଶରେ ନୋଟ୍ର ଘୋର ଅଭାବn ପୁରୁଣା ନୋଟ୍ଗୁଡ଼ିକୁ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ ସ୍ଥାନରେ ବ୍ୟବହାର କରିବାକୁ ସରକାରଙ୍କ ଅନୁମତିn ନଭେମ୍ବର ୧୩ରେ ଟଙ୍କା ଉଠାଣ ଓ ବିନିମୟ ସୀମା ଧାର୍ଯ୍ୟ କରାଗଲା। ଦିନକୁ ଅଢ଼େଇ ହଜାର ଟଙ୍କା ଉଠାଣ ଓ ସପ୍ତାହକୁ ୨୪ ହଜାର ଟଙ୍କା ଉଠାଣ ସୀମା ଧାର୍ଯ୍ୟ କରାଗଲା। ଦିନକୁ ୪୫୦୦ ଟଙ୍କା ବିନିମୟ ହୋଇପାରିବ ବୋଲି ନିୟମ ଜାରି କରାଗଲାn ନଭେମ୍ବର ୧୫ରେ ଘୋଷଣା କରାଗଲା ଯେ ପୁରୁଣା ନୋଟ୍ ବଦଳାଇବାକୁ ଆସୁଥିବା ଲୋକଙ୍କ ଆଙ୍ଗୁଠିରେ ଅଲିଭା କାଳି ଲଗାଯିବ।
ସାରା ଦେଶରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲାn ବିମୁଦ୍ରାକରଣକୁ ଅବୈଧ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ମାମଲା ରୁଜୁn ବିବାହ ପାଇଁ ଟଙ୍କା ଉଠାଣ ଉପରେ କଠୋର ସର୍ତ୍ତ ଲାଗୁ କରାଗଲା। ପ୍ରବଳ ଜନ ବିରୋଧ ଯୋଗୁଁ ସରକାର ବିବାହ ବାବଦ ଟଙ୍କା ଉଠାଣ କଟକଣାକୁ କୋହଳ କଲେn ଏଟିଏମ୍ରୁ କେବଳ ଦୁଇ ହଜାର ଟଙ୍କିଆ ନୋଟ୍ ବାହାରିବା ସମସ୍ୟାn ନୂଆ ପାଞ୍ଚ ଶହ ଟଙ୍କିଆର ଘୋର ଅଭାବn ଏଟିଏମ୍ କାଲିବ୍ରେସନ୍ କାର୍ଯ୍ୟ ମନ୍ଥର। ପ୍ରାୟ ସବୁ ଏଟିଏମ୍ରୁ ଦୁଇ ହଜାର ଟଙ୍କିଆ ବାହାରିଲାn ଚେକ୍ ଓ ଡିଜିଟାଲ୍ ଉପାୟରେ ଦରମା ପ୍ରଦାନ ପାଇଁ ଆସିଲା ନୂଆ ଅଧ୍ୟାଦେଶn କ୍ୟାସ୍ଲେସ୍ କାରବାର ବଢ଼ାଇବା ଉପରେ ସରକାରଙ୍କ ଗୁରୁତ୍ୱ। ପେଟ୍ରୋଲ ପମ୍ପରେ ଡିଜିଟାଲ୍ କାରବାର ପାଇଁ ପ୍ରୋତ୍ସାହନ ଘୋଷଣାn ଡିଜି ଧନ ବ୍ୟପାର ଯୋଜନା ଓ ଲକି ଗ୍ରାହକ ଯୋଜଜନା ଘୋଷଣା। ଏକ କୋଟି ଟଙ୍କାର ମେଗା ଲକି ଡ୍ର ବିଷୟରେ ଘୋଷଣାn ଦେଶର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ନୂଆ ନୋଟ୍ ଜବତn ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ। ଅନେକ ନୂଆ ଓ ପୁରୁଣା ନୋଟ୍ ଜବତn ସନ୍ଦେହଜନକ କାରବାର ପାଇଁ ଆୟକର ବିଭାଗ ପକ୍ଷରୁ ୩୫୦୦ ନୋଟିସ୍ ଜାରି। ୩୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କଳାଧନ ଠାବn କଳାଧନକୁ ଧଳା କରିବା ପାଇଁ ଶେଷ ସୁଯୋଗ ଭାବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା। ୪୯.୯ ପ୍ରତିଶତ ଟିକସ ପୁରୁଣା ନୋଟ୍ରେ ଦେଇ କଳାଟଙ୍କା ଧଳା କରିବାର ସୁଯୋଗ ପ୍ରଦାନ