ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସିଖବର। ଆଇଆରସିଟିସିରୁ ଟିକେଟ ବୁକିଂ ସମୟରେ ଆପଣ ୫୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ ପାଇ ପାରିବେ। ମେଲ, ଏକ୍ସପ୍ରେସ୍‌, ରାଜଧାନୀ, ଶତାବ୍ଦୀ, ଜନଶତାବ୍ଦୀ, ଦୂରନ୍ତ ଭଳି ଟ୍ରେନ୍‌ ଭଡ଼ାରେ ଆପଣ ଆଇଆରସିଟିସିର ଏହି ନିୟମକୁ ଆପଣାଇ ଅଧା ଭଡ଼ାରେ ଯାଇ ପାରିବେ। ଆସନ୍ତୁ ଜାଣିବା ଆଇଆରସିଟିସିର ଏହି ନିୟମ ବିଷୟରେ।

Advertisment

ଭାରତୀୟ ରେଳବାଇ ନିଜର କିଛି ସ୍ୱତନ୍ତ୍ର ଯାତ୍ରୀଙ୍କୁ ଭଡ଼ାରେ ଛାଡ ଦେଇଥାଏ। ଯଦି ଆପଣ ବି ଏହି ତାଲିକାରେ ଆସନ୍ତି ତେବେ ଆଇଆରସିଟିସିରୁ ଟିଟେକ ବୁକିଂ କରିବା ସମୟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ ପାଇ ପାରିବେ। ଯଦି ଆପଣ ବରିଷ୍ଠନାଗରିକ ତେବେ ଆପଶଙ୍କୁ ଏହି ଛାଡ ମିଳିବ।

publive-image Zee Business

ଆଇଆରସିଟିସିର ନିୟମ ଅନୁସାରେ ପୁରୁଷଙ୍କୁ ୪୦ ପ୍ରତିଶତ ଓ ମହିଳାଙ୍କୁ ଭଡ଼ାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ ମିଳିଥାଏ। ୬୦ରୁ ଅଧିକ ବୟସର ପୁରୁଷ ଓ ୫୮ ବର୍ଷରୁ ଅଧିକ ବର୍ଷର ମହିଳା ଯାତ୍ରୀଙ୍କ ଯାତ୍ରା ପାଇଁ ଇ-ଟିକେଟିଂ େଓ୍ଵବସାଇଟ ଆଇଆରସିଟିସି www.irctc.co.inରେ ଟିକେଟ ବୁକ କଲେ ଏହି ଛାଡ ମିଳି ପାରିବ। ଟିକେଟ ବୁକିଂ ସମୟରେ ବରିଷ୍ଠ ନାଗରିକ ରିଜର୍ଭେସନ୍ ଫର୍ମ ଭରିବା ସମୟରେ ଚେକ୍‌ବକ୍ସ ଉପରେ କ୍ଲିକ୍‌ କରି ରିହାତି ପାଇଁ ଦାବି କରିବାକୁ ପଡ଼ିବ। ନଚେତ ଆପଣଙ୍କୁ ଏହି ଛାଡ ମିଳିବ ନାହିଁ।