ଭୁବନେଶ୍ବର: ଷ୍ଟାର୍ଟଅପ୍ ଓଡ଼ିଶାର ବାର୍ଷିକ ଷ୍ଟାର୍ଟଅପ୍‌- ନିବେଶକ ସମ୍ମିଳନୀ ଫଣ୍ଡ୍‌ଷ୍ଟାକ୍ ୩.୦ ପାଇଁ ୫୦ ଷ୍ଟାର୍ଟଅପ୍ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୧ ଓ ୨୨ରେ ଓ-ହବ୍‌ରେ ଅନୁଷ୍ଠିତ ହେବ। ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ନିବେଶକମାନଙ୍କ ଏକ କମିଟି ସାମ୍ନାରେ ସେମାନଙ୍କ ଆଇଡିଆ ଉପସ୍ଥାପନ କରିବେ। ଏହାପରେ ସେମାନଙ୍କ ଭିତରୁ ୨୦ ଶ୍ରେଷ୍ଠ ଷ୍ଟାର୍ଟଅପ୍‌କୁ ଚୟନ କରାଯିବ। ସେମାନେ ନଭେମ୍ବର ୨୨ରେ ଅନୁଷ୍ଠିତ ହେବାକୁ ଥିବା ସ୍ପିଡ୍‌ ଡେଟିଂ ପର୍ଯ୍ୟାୟର ଭାଗ ନେବେ।

Advertisment

ଫଣ୍ଡ୍‌ଷ୍ଟାକ୍ ୩.୦ ଲାଗି ଚୟନ କରାଯାଇଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରେ ରହିଛନ୍ତି ଇଣ୍ଡିଆନ ‌ଅଟୋମୋବାଇଲ୍‌, ବାୟୋପୟୋନିୟର, ଆମ୍ପିୟରଟର୍ଣ୍ଣ, ବିନିମାଇଜ, ବୁୟୋଏ, କାର୍ବନଆଉଟ, ଗୌରବଗୋ, ଇନୋଫିନିଟି, ଆଲୁମନେଟୱର୍କସ୍‌, ଇକୋ ସାଥୀ, ଲାର୍କଏଆଇ, ହୋମଏଟିଜେଡ୍, ଜବ୍‌ସ୍କୁଲ, ଟୋଡୋସ୍କିଲ ଆଣ୍ଡ କୋ, ମିଲାମାର୍ଟ, ଡ୍ରାଇଭି, ସ୍କାକେଟ୍‌, ପ୍ଲାନେଟେରି, ସେର୍‌ଲକ୍‌ ଗେମ୍‌ସ, ଟାଇପୋଫ୍, ମ୍ୟୁନିକୋ ଫୁଡ୍‌ସ, କାରଖାନା, ଭୋକଡ୍‌, ନକ୍ସେସ ଓ ୟୋବେଲ ଭଳି ସଂସ୍ଥା। ଫଣ୍ଡଷ୍ଟାକ୍‌ ୩.୦ର ପାର୍ଟନର ଭାବେ ସିଡ୍‌ବି ସାମିଲ ହୋଇଛି। ରାଜ୍ୟର ଷ୍ଟାର୍ଟଅପ ସଂସ୍ଥାଗୁଡ଼ିକୁ ଆଞ୍ଜେଲ ନେଟୱର୍କ ଓ ଭେଞ୍ଚର କ୍ୟାପିଟାଲିଷ୍ଟମାନଙ୍କ ସହ ଯୋଡ଼ି ସେମାନଙ୍କ ଲାଗି ଆବଶ୍ୟକ ପାଣ୍ଠି ଯୋଗାଡ଼ କରିବା ହେଉଛି ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ। ଓଡ଼ିଶା ଷ୍ଟାର୍ଟଅପ୍ ଗ୍ରୋଥ୍‌ ଫଣ୍ଡ୍‌କୁ ଉପସ୍ଥାପନ କରିବା ଲାଗି ଏହା ଏକ ସୁଯୋଗ ବୋଲି ଷ୍ଟାର୍ଟଅପ୍ ଓଡ଼ିଶାର ଅଧ୍ୟକ୍ଷ ଡ. ଓମ୍‌କାର ରାଏ କହିଥିଲେ।