ନୂଆଦିଲ୍ଲୀ: ପ୍ର
କ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଚାଷ ଓ ଅକ୍ଷୟ ଶକ୍ତି କ୍ଷେତ୍ର ପାଇଁ ୫୦ ହଜାର କୋଟି ଟଙ୍କା ଅଟକଳର ୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାକୁ ଅନୁମୋଦନ ମିଳିଛି। ବାର୍ଷିକ ୨୪ହଜାର କୋଟି ଟଙ୍କା ଅଟକଳରେ ଛଅ ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହାଦ୍ବାରା ୧.୭ କୋଟି ଚାଷୀ ଉପକୃତ ହେବେ। ଏଥିରେ ୧୦୦ଟି କୃଷି ଆଧାରିତ ଜିଲ୍ଲା ଗଠନ କରାଯିବ। ପ୍ରତିଟି ରାଜ୍ୟର ଅତିକମ୍ରେ ଗୋଟିଏ ଲେଖାଏଁ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ।
ସେହିପରି, ଅକ୍ଷୟ ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଏନ୍ଟିପିସିର ସହାୟକ ସଂସ୍ଥା ଏନ୍ଟିପିସି ଗ୍ରିନ୍ ଏନର୍ଜିକୁ କେନ୍ଦ୍ର ସରକାର ୨୦ହଜାର କୋଟି ଟଙ୍କାର ଇକ୍ବିଟି ପ୍ରଦାନ କରିଛନ୍ତି। ସେହି ରାଶିକୁ କମ୍ପାନି ସୌର, ପବନ ଓ ଗ୍ରିନ୍ ହାଇଡ୍ରୋଜେନ ପ୍ରକଳ୍ପରେ ବିନିଯୋଗ କରିବ। ଏଥି ସହିତ ନେଭେଲି ଲିଗନାଇଟ୍ କର୍ପୋରେସନ (ଏନ୍ଏଲ୍ସି)ର ସହାୟକ କମ୍ପାନି ଏନ୍ଏଲ୍ସି ଇଣ୍ଡିଆ ରିନୁଏବଲ୍ସ ଲିମିଟେଡ୍କୁ ମଧ୍ୟ ୭୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏନ୍ଏଲ୍ସି ଅଧୀନରେ ଥିବା ୬୨୬୩ କୋଟି ଟଙ୍କାର ଅକ୍ଷୟ ଶକ୍ତି ସମ୍ପତ୍ତିକୁ ଏହାର ସହାୟକ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିବା ବେଳେ କମ୍ପାନିକୁ ଅତିରିକ୍ତ ୭୦୦ କୋଟି ଟଙ୍କାର ପାଣ୍ଠି ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।