ବ୍ୟାଙ୍କ ଜାତୀୟକରଣର ୫୦ ବର୍ଷ ପୂର୍ତ୍ତି ପାଳନ

ଭୁବନେଶ୍ବର: ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ ତରଫରୁ ଇଡ୍‌କଲ୍‌ ଅଡିଟୋରିୟମ୍ ଠାରେ ବ୍ୟାଙ୍କ ଜାତୀୟକରଣର ୫୦ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏଥିରେ ୩୦୦ରୁ ଅଧିକ ବ୍ୟାଙ୍କ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଡକ୍ଟର ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ଡକ୍ଟର ଦିବାକର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମହାସଂଘର ରାଜ୍ୟ ଶାଖା କର୍ମକର୍ତା ସମ୍ବିତ ମିଶ୍ର, ଦାମୋଦର ନନ୍ଦ, ପି କେ ମେକାପ୍, ଅରୁଣ କୁମାର ବିଶୋୟୀ, ମନୋରଞ୍ଜନ ଦାସ ଓ ସବ୍ୟସାଚୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସଂଘ ତରଫରୁ ବୃକ୍ଷରୋପଣ, ଗ୍ରାହକ ମିଳନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଆଦି ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର