୧୧ ବର୍ଷରେ ୨ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ବ୍ୟାଙ୍କ ଠକେଇ, ସବୁଠାରୁ ଅଧିକ କ୍ଷତି ସହିଛନ୍ତି ଆଇସିଆଇସିଆଇ ଓ ଏସବିଆଇ

ନୂଆଦିଲ୍ଲୀ : ଗତ ୧୧ଟି ଆର୍ଥକ ବର୍ଷରେ ସାରା ଦେଶରେ ମୋଟ ୫୩,୩୩୪ଟି ବ୍ୟାଙ୍କ ଠକେଇ ସାମନାକୁ ଆସିଛି । ଏହି ଠକେଇଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି । ଏଗୁଡ଼ିକ ୨୦୦୮-୦୯ ଆର୍ଥକ ବର୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ହୋଇଛି । ଆଇସିଆଇସିଆଇ ବ୍ୟାଙ୍କରେ ମୋଟ ୬୮୧୧ଟି ଠକେଇ ମାମଲା ସାମନାକୁ ଆସିଛି । ଏହା ପଛକୁ ରହିଛି ଷ୍ଟେଟ ବ୍ୟାଙ୍କ, ଏଥିରେ ମୋଟ ୬୭୯୩ଟି ଠକେଇ ମାମଲା ଧରାପଡିଛି ।

ଗତ ୨୦୧୮-୧୯ ଆର୍ଥକ ବର୍ଷରେ ସାରା ଦେଶରେ ମୋଟ ୬୮୦୦ଟି ବ୍ୟାଙ୍କ ଠକେଇ ସାମନାକୁ ଆସିଛି । ଏହି ଠକେଇଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୭୧,୫୦୦ କୋଟି ଟଙ୍କା ହେବ । ଏହାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୧୭-୧୮ରେ ୪୧,୧୬୭ କୋଟି ଟଙ୍କା ମୂଲ୍ୟର ମୋଟ ୫୯୧୬ ଟି ବ୍ୟାଙ୍କ ଠକେଇ ମାମଲା ଜଣାପଡିଥିଲା । କୌଣସି ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଏକ ବ୍ୟାଙ୍କଠକେଇ ସମ୍ପର୍କରେ ସୂଚୀତ କରିବା ପୂର୍ବରୁ ତାହାର ଏକ ଅଭିଯୋଗ ପୁଲିସ, ସିବିଆଇ, ଇଡି ଆଦି ନିକଟରେ କରିବା ଆବଶ୍ୟକ । ଗତ ବର୍ଷ ପଂଜାବ ନ୍ୟାସନାଲ ବ୍ୟାଙ୍କରେ ପ୍ରାୟ ୧୩ ହଜାର କୋଟି ଟଙ୍କାର ଏକ ବଡ଼ ଠକେଇ ଜଣାପଡିଥିଲା । ଏହି ମାମଲାରେ ଦୁଇ ଅଭିଯୁକ୍ତ ନିରବ ମୋଦି ଓ ମେହୁଲ ଚୋକସୀ ଏବେ ଫେରାର ଅଛନ୍ତି ।

ସମ୍ବନ୍ଧିତ ଖବର