୫୨ ପ୍ରକଳ୍ପ ଜରିଆରେ ବନ୍ଦର ସହ ରେଳପଥ ସଂଯୋଗ

ନୂଆଦିଲ୍ଲୀ: ଦେଶର ସବୁ ବନ୍ଦରଗୁଡ଼ିକୁ ରେଳପଥ ସହ ସଂଯୋଗ କରିବା ପାଇଁ ୫୨ଟି ପ୍ରକଳ୍ପର କାମ ଚାଲିଛି। ଏହି ସବୁ ପ୍ରକଳ୍ପରେ ୪୪,୬୦୫ କୋଟି ଟଙ୍କା ନିବେଶ କରାଯିବ। ଭାରତୀୟ ରେଳ ଓ ଇଣ୍ଡିଆନ୍ ପୋର୍ଟ ରେଲ୍ କର୍ପୋରେସନ୍ ପକ୍ଷରୁ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି। ୧୮,୨୫୩ କୋଟି ଟଙ୍କାର ପୁଞ୍ଜିନିବେଶରେ ୩୨ଟି ପ୍ରକଳ୍ପ ନିର୍ମାଣ କରାଯାଉଛି। ସେଥି ମଧ୍ୟରୁ ୧୭୫ କୋଟି ଟଙ୍କାର ଆଠଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଗଲାଣି।

ସମ୍ବନ୍ଧିତ ଖବର