କୋଟା: ଜେଇଇ ଆଡଭାନ୍ସଡ ୨୦୨୩ ପରୀକ୍ଷାରେ ମୋସନ ଏଜୁକେସନ ପ୍ରାଇଭେଟ ଲିମିଟେଡର ୨୭୪୭ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ପରୀକ୍ଷା ଦେଇଥିବା ଶିକ୍ଷାନୁଷ୍ଠାନର ମୋଟ ୫୧୮୨ ଜଣଙ୍କ ମଧ୍ୟରେ ଏମାନଙ୍କ ସଂଖ୍ୟା ହେଉଛି ୫୩.୦୧ ପ୍ରତିଶତ। ଏଥିସହିତ ଦେଶରେ ଶୀର୍ଷ ୧୦୦ ଛାତ୍ରଙ୍କ ମଧ୍ୟରେ ମୋସନର ୯ ଜଣ ଏବଂ ଶୀର୍ଷ ହଜାରେ ଛାତ୍ରଙ୍କ ମଧ୍ୟରେ ୭୮ ଜଣ ରହିଛନ୍ତି। ପ୍ରତିଷ୍ଠାନର ମୟଙ୍କ ସୋନି ୨୬ତମ ସ୍ଥାନରେ ଥିବାବେଳେ ତନିସ୍କ ମହେଶ ମନ୍ଧାନି ୨୯ତମ, ନମନ ଗୋୟଲ ୩୩ତମ, କୌଶଳ ବିଜୟବର୍ଗୀୟ ୪୪ତମ, ହର୍ଷିତ ସିଂଘଲ ୫୨ତମ, ସୌର୍ଯ୍ୟ ଅଗ୍ରୱାଲ ୫୩ତମ, ରିଦମ୍ ଜୈନ ୬୧ତମ, ମୃଣାଳ ଶ୍ରୀକାନ୍ତ ଭୈରଗାଡ଼େ ୮୭ତମ ଏବଂ ଅପୂର୍ବା ସମୋଟା ୯୨ତମ ସ୍ଥାନରେ ରହିଛନ୍ତି।
ଛାତ୍ରଛାତ୍ରୀଙ୍କ ଏଭଳି ସଫଳତାରେ ମୋସନ ଏଜୁକେସନ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ତଥା ସିଇଓ ନୀତୀନ ବିଜୟ ଖୁସି ବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରୁଥିବାରୁ ଏହା ଆମକୁ ସନ୍ତୋଷ ପ୍ରଦାନ କରିଛି ବୋଲି ସେ କହିଛନ୍ତି।