ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ୫୬୦୦ କୋଟି

ମୁମ୍ବାଇ: ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ନିର୍ମାଣ ହେଉଥିବା ବୁଲେଟ୍‌ ଟ୍ରେନ୍ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୫୬୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଜାପାନ ସହାୟତାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବିରୋଧ କରିବା ଆରମ୍ଭ କରିଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପାଇଁ ଅର୍ଥ ବ୍ୟବସ୍ଥା କରିଛନ୍ତି। ୨୦୨୨ ସୁଦ୍ଧା ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ କରିବ। ତେଣୁ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ଅର୍ଥ ବାଦ୍ ମହାରାଷ୍ଟ୍ର ଏବଂ ଗୁଜରାଟ ସରକାରଙ୍କଠାରୁ ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ବଜେଟ୍ ସହାୟତା ବାବଦରେ ମଧ୍ୟ ୫୦୦୦ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ୫୦୮.୭୩ କିମି ବିଶିଷ୍ଟ ଏହି ବୁଲେଟ୍‌ ଟ୍ରେନ୍‌ କରିଡର ମଧ୍ୟରୁ ୧୫୫.୭୬ ‌କିମି ମହାରାଷ୍ଟ୍ରରେ, ୩୪୮.୦୪ କିମି ଗୁଜରାଟରେ ଏବଂ ଦାଦ୍ରା ଏବଂ ନଗର ‌ହାବେଳିରେ ୪.୩ କିମି ରହିଛି।

ସମ୍ବନ୍ଧିତ ଖବର