୫୭ ସନ୍ଦିଗ୍ଧ ଜାଲ୍‌ କମ୍ପାନିର ତଦନ୍ତ କରିବ ଏସ୍‌ଏଫ୍‌ଆଇଓ

ନୂଆଦିଲ୍ଲୀ: ବିମୁଦ୍ରାକରଣ ସମୟରେ ବହୁ ପରିମାଣର ଟଙ୍କା ବ୍ୟାଙ୍କରେ ଜମା କରିଥିବା ୫୭ଟି ସନ୍ଦିଗ୍ଧ କମ୍ପାନିର ତଦନ୍ତ ଗୁରୁତର ଜାତିଆତି ତଦନ୍ତ କାର୍ଯ୍ୟାଳୟ (ଏସ୍‌ଏଫ୍‌ଆଇଓ) ପକ୍ଷରୁ କରାଯିବ। ବିମୁଦ୍ରାକରଣ ପରେ ଏମାନଙ୍କ ମଦ୍ୟରୁ ୧୮ଟି କମ୍ପାନି ୧୦୦ କୋଟି ଟଙ୍କାରୁ ଅଧିକ ଲେଖାଏଁ ଅର୍ଥ ଜମା କରିଥିବାବେଳେ ୩୯ଟି ସନ୍ଦିଗ୍ଧ କମ୍ପାନି ୨୫ କୋଟିରୁ ୧୦୦ କୋଟି ଟଙ୍କା ମଧ୍ୟରେ ଅର୍ଥ ଜମା କରିଛନ୍ତି। କମ୍ପାନି ଆଇନର ଧାରା ୨୧୬ ଅନୁଯାୟୀ ଏସଏଫ୍‌ଆଇଓ ଏହି ତଦନ୍ତ କରିବ ବୋଲି ଏକ ସୂତ୍ରରୁ ଜଣାଯାଇଛି। ବ୍ୟାଙ୍କ ଗୁଡ଼ିକରୁ ମିଳିଥିବା ତଥ୍ୟକୁ ଆଧାର କରି ଏହି ତଦନ୍ତ ହେବ।

ସମ୍ବନ୍ଧିତ ଖବର