୫୭୦୦ କୋଟିର ଏନ୍‌ପିଏ ବିକ୍ରି ହେବ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ ପକ୍ଷରୁ ୫୭୦୦ କୋଟି ଟଙ୍କାର ଆଦାୟ ହୋଇପାରୁନଥିବା ଋଣ (ଏନ୍‌ପିଏ)କୁ ବିକ୍ରି କରାଯିବ। କେବଳ ଷ୍ଟେଟ୍‌ ବ୍ୟାଙ୍କ ୪୯୭୫ କୋଟି ଟଙ୍କାର ଏନ୍‌ପିଏ ବିକ୍ରି କରିବ। ବିକ୍ରି ହେଉଥିବା ଋଣ ଖାତା ମଧ୍ୟରୁ ଅଧିକାଂଶ ଋଣ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀ(ଏସ୍‌ଏମ୍‌ଇ) ମାନେ ନେଇଥିଲେ। ମୋଟ ୨୮୧ଟି ଏସ୍‌ଏମ୍‌ଇ ଋଣ ଖାତାକୁ ଷ୍ଟେଟ୍‌ ବ୍ୟାଙ୍କ ବିକ୍ରି କରିବ। ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ ପକ୍ଷରୁ ୭୬୪ କୋଟି ଟଙ୍କାର ୧୩ଟି ଋଣ ଖାତାକୁ ବିକ୍ରି କରାଯିବ।

ସମ୍ବନ୍ଧିତ ଖବର