ନୂଆଦିଲ୍ଲୀ: ଦୁଇ ସରକାରୀ ଟେଲିକମ୍ କଂପାନି ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ର ଭିଆର୍ଏସ୍ ସ୍କିମ୍ରେ ପାଖାପାଖି ୬୦ ହଜାର କର୍ମଚାରୀ ସାମିଲ ହୋଇସାରିଲେଣି। କେବଳ ବିଏସ୍ଏନ୍ଏଲ୍ର ୫୭ ହଜାର କର୍ମଚାରୀ ଏହି ସ୍କିମ୍କୁ ଗ୍ରହଣ କରିନେଇଛନ୍ତି। ବିଏସ୍ଏନ୍ଏଲ୍ରେ ଏବେ ଦେଢ଼ ଲକ୍ଷ ପାଖାପାଖି କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ କର୍ମଚାରୀ ଭିଆର୍ଏସ୍ ପାଇଁ ଯୋଗ୍ୟ। ଭିଆର୍ଏସ୍ ସ୍କିମ୍ ସମ୍ପୂର୍ଣ୍ଣ ସଫଳ ହେଲେ କଂପାନିର କର୍ମଚାରୀ ସଂଖ୍ୟା ଅଧା ପାଖାପାଖି କମିଯିବ। ଏଭଳି ପରିସ୍ଥିତିରେ ସେବା ଯୋଗାଣ କିଭଳି ସ୍ବାଭାବିକ ରହିବ ତାହା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ବିଶେଷ କରି ଗ୍ରାମାଞ୍ଚଳରେ ମନୁଷ୍ୟମାନଙ୍କ ଦ୍ବାରା ପରିଚାଳିତ ହେଉଥିବା ଟେଲିଫୋନ୍ ଏକ୍ସଚେଞ୍ଜ୍ଗୁଡ଼ିକ ପାଇଁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସେବା ଯୋଗାଣରେ ଯେଭଳି କୌଣସି ବ୍ୟାଘାତ ସୃଷ୍ଟି ନହୁଏ ତାହାକୁ ନିଶ୍ଚିତ କରିବା ଲାଗି ଆଗୁଆ ପ୍ରସ୍ତୁତ ରହିବା ଲାଗି ବିଏସ୍ଏନ୍ଏଲ୍କୁ ଟେଲିକମ୍ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ୨୦୨୦ ଜାନୁଆରି ୩୧ରୁ ଭିଆର୍ଏସ୍ ଲାଗୁ ହେବ। କେଉଁ ବିଭାଗରୁ, କେଉଁ ସ୍ଥାନରୁ କେତେ କର୍ମଚାରୀ ଭିଆର୍ଏସ୍ ନେଉଛନ୍ତି ତାହା ଉପରେ କଂପାନି ନଜର ରଖିଛି। ତାହାର ତଥ୍ୟ ସଂଗ୍ରହ କରାଯାଉଛି।
ଭିଆର୍ଏସ୍ ପରେ କମିଯିବ ବିଏସ୍ଏନ୍ଏଲ୍ କର୍ମଚାରୀ ସଂଖ୍ୟା
/sambad/media/post_attachments/wp-content/uploads/2019/11/bsnl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)