ଓଡ଼ିଶାରେ ଡାକ୍ତରୀ ଭିଡିଓ ପରାମର୍ଶ ଆପ୍‌ ପ୍ରଚଳନ କଲା ୫-ଇ ହେଲ୍‌ଥକେୟାର

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଡିଜିଟାଲ ଷ୍ଟାର୍ଟଅପ୍‌ ୫ଇ ହେଲ୍‌ଥକେୟାର ଓଡ଼ିଶାର ଜନସାଧାରଣଙ୍କ ପାଇଁ ଭିଡିଓ ପରାମର୍ଶ ଆପ୍‌ / ସେବା ପ୍ରଚଳନ କରିଛି । ଏହି ମୋବାଇଲ ଆପ୍ଲିକେସନର ନାମ ‘୫ଇକେୟାର । ଭିଡିଓ କନ୍‌ସଲ୍‌ଟ ଟପ୍‌ ଡକ୍ଟର୍ସ ଫ୍ରମ ୟୋର ସିଟି’ ରଖାଯାଇଛି ଏବଂ ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ ।

ସହଜରେ ବ୍ୟବହାର କରାଯାଇପାରୁଥିବା ଏହି ଆପ୍‌ରେ ଜନସାଧାରଣ ତ୍ୱରିତ ଭାବରେ ସେମାନଙ୍କର ପସନ୍ଦଯୋଗ୍ୟ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିବାକୁ ବୁକ୍‌ କରିପାରିବେ । ଆପ୍‌ ଡାଉନଲୋଡ କରିବାପରେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନକରି ସେଥିରେ ପଞ୍ଜିକରଣ କରିବା ନିତାନ୍ତ ଆବଶ୍ୟକ । ଜେନେରାଲ ମେଡିସିନ ଠାରୁ ସ୍ପେଶାଲିଷ୍ଟ ଡାକ୍ତର ଏବଂ ସେମାନଙ୍କର କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଏଥିରେ ତାଲିକାଭୁକ୍ତ କରାଯାଇଛି । ଏଥିରେ ଡାକ୍ତରମାନେ ଭିଡିଓ କଲ୍‌କରି ରୋଗୀମାନଙ୍କୁ ପରାମର୍ଶ ଯୋଗାଇ ଦେବେ । ରୋଗୀଙ୍କ ସହିତ କଥାବାର୍ତ୍ତା କରିବାପରେ ଡାକ୍ତର ଏକ ଇ-ପ୍ରେସକ୍ରିପ୍‌ସନ ଯୋଗାଇଦେବେ ଏବଂ ତତ୍‌ପରବର୍ତ୍ତୀ ସମୟରେ ଭିଡିଓରେ ଉପଲବ୍ଧ ପରାମର୍ଶ ଅଥବା ନିକଟବର୍ତ୍ତୀ ଅନୁବନ୍ଧିତ ଇ-କ୍ଲିନିକ ଯିବାପାଇଁ ପରାମର୍ଶ ଦେବେ ।

୫ଇ ହେଲ୍‌ଥକେୟାରର ସିଇଓ  ସୁଦର୍ଶନ ପରିଡା କହିଛନ୍ତି, “ଆମେ ଏକ ଅପ୍ରତ୍ୟାଶିତ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛୁ ଯେଉଁଠି ଡାକ୍ତର ଓ ରୋଗୀମାନେ ସମୟ ଅପଚୟ ନକରି ପରସ୍ପର ମଧ୍ୟରେ ଯୋଗାଯୋଗ କରିବାକୁ ଏକ ସହଜ ଓ ନିରାପଦ ସ୍ଥଳ ସନ୍ଧାନରେ ଅଛନ୍ତି । ଓଡ଼ିଶାରେ ଉନ୍ନତ ସ୍ୱାସ୍ଥ୍ୟଯନô ସୁବିଧା ଅଳ୍ପକିଛି ସହରରେ କେନ୍ଦ୍ରୀଭୂତ ହୋଇଥିବାବେଳେ ଏ କ୍ଷେତ୍ରରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ କେନ୍ଦ୍ରଗୁଡିକ ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରିବା ନିତାନ୍ତ ଆବଶ୍ୟକ ହୋଇପଡିଛି । ଅଧିକାଂଶ ସହର ଓ ବ୍ଲକରେ ସ୍ପେଶାଲିଷ୍ଟ ଡାକ୍ତରଙ୍କ ଅଭାବ ଠାରୁ ନେଇ କ୍ଲିନିକ / ହସପିଟାଲଗୁଡିକରେ ଲମ୍ବାଧାଡି ଏବଂ ରୋଗ ନିରୂପଣ କେନ୍ଦ୍ର ନିକଟରେ ଭିଡଲାଗିରହିବା ଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସମସ୍ୟା ଲାଗିରହିଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସ୍ୱାସ୍ଥ୍ୟଯନô ସେବାର ଗଣତାନ୍ତ୍ରିକିକରଣ । ଶୀଘ୍ର ରୋଗ ନିରୂପଣ ହିଁ ସଫଳ ଚିକିତ୍ସାର ମୂଳ ଚାବିକାଠି ।”

ସମ୍ବନ୍ଧିତ ଖବର