ନୂଆଦିଲ୍ଲୀ : ୫ଜି ଟେକନଲୋଜୀର ନିରାପତ୍ତାକୁ ନେଇ ସମଗ୍ର ଦେଶରେ ଚିନ୍ତା ପ୍ରକାଶ ପାଇଥିବାବେଳେ ସେଲୁଲାର ଅପରେଟର ଆସୋସିଏସନ ଅଫ ଇଣ୍ଡିଆ (ସିଓଏଆଇ) ପକ୍ଷରୁ କୁହାଯ଼ାଇଛି ଯ଼େ ୫ଜି ସେବାକୁ ନେଇ ପ୍ରକାଶ ପାଉଥିବା ଆଶଙ୍କା ଅମୂଳକ ଓ ଏହି ଟେକନଲୋଜୀ ସଂପୂର୍ଣ୍ଣ ସୁରକ୍ଷିତ ।
ସିଓଏଆଇ ପକ୍ଷରୁ କୁହାଯ଼ାଇଛି ଯ଼େ ୫ଜି ସେବା ଭାରତୀୟ ଟେଲିକମ ଜଗତକୁ ବଦଳାଇଦେବ ଓ ଏହା ଆମ ଦେଶ ଓ ଲୋକମାନଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ସାବ୍ୟସ୍ତ ହେବ ।
ଏହି ସଂଗଠନପକ୍ଷରୁ କୁହାଯ଼ାଇଛି ଯ଼େ ୫ଜି ଇଲେକ୍ଟ୍ରୋମାଗନେଟିକ ରେଡିଏସନ ପାଇଁ ଭାରତରେ ଥିବା ଆଇନଗତ ସୁରକ୍ଷା ବ୍ୟବସ୍ଥା ବେଶ ସକ୍ଷମ ରହିଛି । ଏଣୁ ଏହାର ନିରାପତ୍ତାକୁ ନେଇ ଦେଶରେ ପ୍ରକାଶ ପାଉଥିବା ଆଶଙ୍କା ଅମୂଳକ ।
ନିକଟରେ ବଲିଉଡ୍ ଅଭିନେତ୍ରୀ ଜୁହି ଚାଓ୍ବଲା ୫ଜି ସେବା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ତେବେ ଦିଲ୍ଲୀ ହାଇକୋର୍ଟ ତାଙ୍କ ପିଟିସନକୁ ଖାରଜ କରି ତାଙ୍କ ଉପରେ ୨୦ ଲକ୍ଷ ଟଙ୍କାର ଜୋରିମାନା ବସାଇଥିଲେ । ଲୋକପ୍ରିୟତା ପାଇଁ ଜୁହି ଏହି ପଟିସନ ଦାୟର କରିଥିବା କୋର୍ଟ କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/5g.jpg)