ନୂଆଦିଲ୍ଲୀ: ଗତମାସରେ ୫ଜି ଲଞ୍ଚ କରାଯାଇଛି। ଏହା ଏବେ କିଛି ବଛାବଛା ସହରରେ ଉପଲବ୍ଧ ହୋଇଛି। ଏହାକୁ ନେଇ ଏଣିକି ଠକେଇ ବି ଆରମ୍ଭ ହୋଇଗଲାଣି। ସାଇବର ସିକ୍ୟୁରିଟି ରିସର୍ଚ୍ଚର ୪ଜିରୁ ୫ଜି ସିମ ଅପଗ୍ରେଡ ନାମରେ ଚାଲୁଥିବା ଠକେଇକୁ ନେଇ ଆଲର୍ଟ ଜାରି କରିଛନ୍ତି।
ସାଇବର ସିକ୍ୟୁରିଟି କମ୍ପାନି ଚେକ ପଏଣ୍ଟ କହିଛନ୍ତି, ଠକେଇରେ ସାମିଲ ଥିବା ଲୋକମାନେ ନିଜକୁ ଟେଲିକମ କଷ୍ଟମର କେୟର ଏଗଜିକ୍ୟୁଟଭି ବୋଲି କହି ୪ଜି ସିମକୁ ୫ଜିରେ ଅପଗ୍ରେଡ କରିବାକୁ କହି ବ୍ୟକ୍ତିଗତ ଡାଟା ହାସଲ କରି ନେଉଛନ୍ତି।
ଏମିତି ଠକେଇକୁ ନେଇ ଅନେକ ରାଜ୍ୟ ଓ ପୁଲିସ ଡିପାର୍ଟମେଣ୍ଟ ରିପୋର୍ଟ ବି କରିଛନ୍ତି। ମୁମ୍ବାଇ ପୁଲିସ ଟୁଇଟ କରି କହିଛି କି, ୫ଜି ଅପଗ୍ରେଡ ନାମରେ ସ୍କାମର୍ସ କଷ୍ଟମର ଠାରୁ ଟଙ୍କା ବି ଦାବି କରୁଛନ୍ତି। ଏଭଳି ଆଲର୍ଟ ପୁଣେ, ଗୁରୁଗ୍ରାମ ଓ ହାଇଦ୍ରାବାଦ ପୁଲିସ ବି ଜାରି କରିଛନ୍ତି।
ସିକ୍ୟୁରିଟି ଏଜେନ୍ସି ବ୍ୟବହାରକାରୀଙ୍କୁ ଟେଲିମାର୍କେଟରଙ୍କୁ ଓଟିପି ଦେବାକୁ ମନା କରି ଦେଇଛନ୍ତି। କାରଣ ଓଟିପି ଦେଲେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବାର ଭୟ ରହିଛି।
ଏତଦ ବ୍ୟତୀତ ଏସଏମଏସ ଜରିଆରେ ଫିସିଙ୍ଗ ଲିଙ୍କ ଲୋକଙ୍କୁ ସେଣ୍ଡ କରାଯାଉଛି। ଏହି ଲିଙ୍କରେ ଲଟରି, ସିମ ଅପଗ୍ରେଡ, କେୱାସି ଅପଡେଟକୁ ନେଇ କୁହାଯାଉଛି। ଏହା ଉପରେ କ୍ଲିକ କରିବା ପରେ ଫିସିଙ୍ଗ ସାଇଟରେ ରିଡାଇରେକ୍ଟ କରାଯାଉଛି। ଆଉ କିଛି ସମୟ ଭିତରେ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଉଛି। ଏହା ଦେଖିବାକୁ ଅରିଜିନାଲ କମ୍ପାନି ୱେବସାଇଟ ଭଳି ଲାଗିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/3a15e4cc-3a02-42a4-a7e7-19f2d6885d27.jpg)