ନୂଆଦିଲ୍ଲୀ : ୫ଜି ସେବାକୁ ସାରା ଦେଶର ଲୋକେ ଅପେକ୍ଷା କରି ରହିଛନ୍ତି । ଆସନ୍ତା ଅକ୍ଟୋବର ୧ରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୫ଜି ସେବା ଆରମ୍ଭ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି । କିନ୍ତୁ ଇତି ମଧ୍ୟରେ ଦେଶରେ ଗୋଟିଏ ସ୍ଥାନରେ ପ୍ରଥମ ଥର ପାଇଁ ୫ଜି ସେବା ଆରମ୍ଭ ହୋଇଯାଇଛି । ସେହି ସ୍ଥାନଟି ହେଉଛି ଦିଲ୍ଲୀ ଏୟାରପୋର୍ଟ । ତେବେ ସମଗ୍ର ଏୟାରପୋର୍ଟରେ ନୁହେଁ, କେବଳ ଟର୍ମିନାଲ-୩ରେ ଏହି ଅତ୍ୟାଧୁନିକ ଟେଲିକମ୍ ସେବା ଆରମ୍ଭ ହୋଇଯାଇଛି ।
ତେବେ କେଉଁ କମ୍ପାନି ଏହି ସେବା ଯୋଗାଉଛି ତାହା ଜଣାପଡ଼ିନଥିଲେ ବି ଯେଉଁ ଗ୍ରାହକମାନଙ୍କ ମୋବାଇଲ ୫ଜି ସେବାଯୋଗ୍ୟ ସେମାନେ ଏହି ସେବାର ଫାଇଦା ଉଠାଇପାରିବେ ।
ଗତ ଅଗଷ୍ଟ ୩ୟ ସପ୍ତାହରେ କେନ୍ଦ୍ର ଟେଲିକମ କମ୍ପାନି ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ଅକ୍ଟୋବର ୧୨ ପୂର୍ବରୁ ଦେଶରେ ୫ଜି ସେବା ଆରମ୍ଭ ହେବ । ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତରେ ୫ଜି ସେବା ସୁଲଭ ରହିବ ।
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇଥିଲେ । ୫-ଜି ସ୍ପେକ୍ଟ୍ରମ ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ ଭୋଡାଫୋନ ଆଇଡିଆ ଓ ଅଦାନି ଗ୍ରୁପ ମଧ୍ୟ ଅଂଶଗ୍ରହଣ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/WhatsApp-Image-2022-09-29-at-19.02.30.jpeg)