ନୂଆଦିଲ୍ଲୀ : ଦେଶରେ ଆସନ୍ତା ଅଗଷ୍ଟ ସୁଦ୍ଧା ୫-ଜି ସେବା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ଟେଲିକମ ସଚିବ କେ.ରାଜାରମଣ କହିଛନ୍ତି । ସେ କହିଛନ୍ତି ଯେ ଜୁଲାଇରେ ୫-ଜି ସ୍ପେକ୍ଟ୍ରମ ନିଲାମ ଶେଷ ହେବା ପରେ ଅଗଷ୍ଟ ବେଳକୁ ୫-ଜି ସେବା ଆରମ୍ଭ ହେବ । ୫-ଜି ସେବା ଆରମ୍ଭ ହେବା ପରେ ଦେଶରେ ହାଇସ୍ପିଡ ମୋବାଇଲ ଇଣ୍ଟରନେଟ ସେବା ଆରମ୍ଭ ହୋଇପାରିବ ।
ଟେଲିକମ ବିଭାଗର ଗବେଷଣା ସଂସ୍ଥା ସି-ଡଟ୍ ପକ୍ଷରୁ ୫-ଜି ସେବା ପାଇଁ ଏକ ଓପନ ରେଡିଓ ଆକସେସ ନେଟଓ୍ବାର୍କ (ଓରାନ) ଟେକନଲୋଜୀର ବିକାଶ କରାଯାଉଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି କେନ୍ଦ୍ର କ୍ୟାବିନେଟ୍ ଦେଶରେ ୫-ଜି ସ୍ପେକ୍ଟ୍ରମ ନିଲାମକୁ ସବୁଜ ସଂକେତ ଦେଇଥିଲା । ଏହି ସ୍ପେକ୍ଟ୍ରମ୍ ୨୦ ବର୍ଷିଆ ଅବଧି ପାଇଁ ଦିଆଯିବ। ପ୍ରାଇଭେଟ୍ କ୍ୟାପ୍ଟିଭ୍ ନେଟ୍ୱର୍କ ପାଇଁ ମଧ୍ୟ ସ୍ପେକ୍ଟ୍ରମ୍ ନିଲାମ କରାଯିବ। ଜୁଲାଇ ମାସ ଶେଷ ସୁଦ୍ଧା ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ୍ ନିଲାମ ପାଇଁ ଉପଲବ୍ଧ କରାଯିବ। ବିଭିନ୍ନ ବ୍ୟାଣ୍ଡ୍ରେ ଏହି ସ୍ପେକ୍ଟ୍ରମ ନିଲାମ ଅନୁଷ୍ଠିତ ହେବ। ସେହି ବ୍ୟାଣ୍ଡ୍ଗୁଡ଼ିକ ହେଉଛି ୬୦୦, ୭୦୦, ୮୦୦, ୯୦୦, ୧୮୦୦, ୨୧୦୦ ଓ ୨୩ ମେଗାହର୍ଜ। ୩୩ ମେଗାହର୍ଜର ମଧ୍ୟମ ଓ ୨୩ ଗିଗାହର୍ଜର ଉଚ୍ଚ ବ୍ୟାଣ୍ଡ୍ର ସ୍ପେକ୍ଟ୍ରମ୍ ମଧ୍ୟ ନିଲାମ କରାଯିବ । ସ୍ପେକ୍ଟ୍ରମ ଦର ହ୍ରାସ ପାଇଁ ଟେଲିକମ କମ୍ପାନିମାନେ ସରକାରଙ୍କୁ ଅନୁରୋଧ କରିଥିଲେ ବି ସରକାର ତାହାକୁ ଗ୍ରହଣ କରିନାହାନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/pexels-z-z-6200343.jpg)