ଅକ୍ଟୋବର ୧୨ ସୁଦ୍ଧା ୫ଜି ସେବା : ବୈଷ୍ଣବ

: ଦେଶରେ ଆସନ୍ତା ଅକ୍ଟୋବର ୧୨ ସୁଦ୍ଧା ୫-ଜି ସେବା ଆରମ୍ଭ ହୋଇଯିବ । ଧୀରେ ଧୀରେ ଏହି ସେବା ଅନ୍ୟ ଅଂଚଳକୁ ସଂପ୍ରସାରଣ ହେବ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ସେ କହିଛନ୍ତି ଯେ ଟେଲିକମ ଅପରେଟରମାନେ ଏବେ ବିଭିନ୍ନ ସହରରେ ଉପକରଣ ଲଗାଉଛନ୍ତି, ଯେପରିକି ଦେଶରେ ଦ୍ରୁତ ଗତିରେ ୫ଜି ସେବା ଆରମ୍ଭ ହୋଇପାରିବ । ଆସନ୍ତା ୨-୩ ବର୍ଷରେ ଏହି ସେବା ଦେଶର ସବୁ ସ୍ଥାନରେ ପହଞ୍ଚିବ ବୋଲି ଆମେ ଆଶା କରୁଛୁ । ପୁଣି ଏହି ସେବା ଯେପରି ସୁଲଭ ରହିବ ସେ ଦିଗରେ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ । ୫-ଜି ସ୍ପେକ୍ଟ୍ରମ ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ  ଭୋଡାଫୋନ ଆଇଡିଆ ମଧ୍ୟ ଅଂଶଗ୍ରହଣ କରିଥିଲା । ଏଥିରେ ଅଦାନୀ ଗ୍ରୁପ ଅଧିନସ୍ଥ ନବଗଠିତ ଅଦାନୀ ଡାଟା ନେଟଓ୍ବାର୍କ୍ସ ବି ଏଥିରେ ଅଂଶଗ୍ରହଣ କରିଥିଲା ।  ଏହି ନିଲାମ ବାବଦରୁ ସରକାର ଦେଢ ଲକ୍ଷ କୋଟି ପାଇବେ । ଗତ ସପ୍ତାହରେ ଟେଲିକମ କମ୍ପାନିମାନେ ପ୍ରଥମ କିସ୍ତି ବାବଦରେ ୧୭୮୭୫ କୋଟି ଟଙ୍କା ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର