ରାଜସ୍ଥାନରେ ଜିଓର ୫ଜି ସେବା ଆରମ୍ଭ

ନୂଆଦିଲ୍ଲୀ: ରାଜସ୍ଥାନର ରାଜସମନ୍ଦ ଜିଲ୍ଲା ଅଧୀନ ନାଥଦ୍ବାର ସହରର ପ୍ରସିଦ୍ଧ ଶ୍ରୀନାଥଜୀ ମନ୍ଦିରରୁ ରିଲାଏନ୍ସ ଜିଓ ଇନଫୋକମ ଏହାର ୫ଜି ସେବା ଆରମ୍ଭ କରିଛି। ରିଲାଏନ୍ସ ଜିଓ ଲିମିଟେଡର ଅଧ୍ୟକ୍ଷ ଆକାଶ ଅମ୍ବାନି ଏହି ସେବାକୁ ପରିବାରର ଦେବତା ଶ୍ରୀନାଥଜୀଙ୍କୁ ଉତ୍ସର୍ଗ କରିଛନ୍ତି। ଶ୍ରୀନାଥଜୀଙ୍କ ଆଶୀର୍ବାଦରୁ ଜିଓର ବାସ୍ତବ ୫ଜି ସେବା ଅର୍ଥାତ୍‌ ୫ଜି ୱାଇଫାଇ ସେବା ଆଜି ନାଥଦ୍ବାରରେ ଆରମ୍ଭ ହୋଇଛି। ଦେଶର ପ୍ରତ୍ୟେକ ସ୍ଥାନରେ ୫ଜି ସେବା ଶୀଘ୍ର ଆରମ୍ଭ କରିବା ପାଇଁ ଆମେ ଉଦ୍ୟମ ଚଳାଇଛୁ ବୋଲି ଆକାଶ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ନାଥଦ୍ବାର ମନ୍ଦିରର ମହନ୍ତ ବିଶାଳ ବାବା ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଗତମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନି ଯାଇଥିଲେ ଏବଂ ଏହି ମନ୍ଦିରରୁ ରାଜସ୍ଥାନରେ ଜିଓର ୫ଜି ସେବା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୧୫ରେ ୪ଜି ସେବା ଆରମ୍ଭ ପୂର୍ବରୁ ମଧ୍ୟ ମୁକେଶ ଶ୍ରୀନାଥଜୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ।

ସମ୍ବନ୍ଧିତ ଖବର