ଚୀନ୍‌ରେ ୫-ଜି ମୋବାଇଲ ସେବା ଆରମ୍ଭ

ବେଜିଂ: ଚୀନରେ ଆଜିଠାରୁ ବିଧିବଦ୍ଧଭାବେ ପଞ୍ଚମ ପିଢ଼ିର ବା ୫-ଜି ମୋବାଇଲ ଟେଲିଫୋନ ସେବା ଆରମ୍ଭ ହୋଇଛି। ବିଶ୍ବର ଏହି ଜନବହୁଳ ଦେଶର ପ୍ରାୟ ୫୦ଟି ସହରରେ ଉକ୍ତ ସେବା ଆରମ୍ଭ ହୋଇଛି। ଚୀନର ୩ଟି ସରକାରୀ କମ୍ପାନି ଏହି ସେବା ଆରମ୍ଭ କରିଛନ୍ତି। ଦେଶର ସର୍ବବୃହତ୍ ମୋବାଇଲ ସେବା ପ୍ରଦାନକାରୀ କମ୍ପାନି ଚୀନ୍ ମୋବାଇଲ ଳିମିଟେଡ ବେଜିଂ, ସାଂଘାଇ ଏବଂ ସେନ୍‌ଝେନ୍‌ ସମେତ ୫୦ଟି ସହରରେ ଏହି ସେବା ଆରମ୍ଭ କରିଛି। ଗ୍ରାହକଙ୍କୁ ମାସିକ ସର୍ବନିମ୍ନ ୧୮ ଡଲାରରେ ଏହି ସେବା ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର