କେଉଁ କେଉଁ କମ୍ପାନି ପାଇଲେ ସ୍ପେକ୍ଟ୍ରମ୍ ? ଓଡ଼ିଶାରେ କେଉଁ କେଉଁ କମ୍ପାନି ଯୋଗାଇବେ ୫ଜି ସେବା ?

ନୂଆଦିଲ୍ଲୀ : ସୋମବାର ସମାପ୍ତ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ସର୍ବାଧିକ ସ୍ପେକ୍ଟ୍ରମ କିଣିଛି ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖରିଦ କରାଯାଇଛି । କମ୍ପାନି ୭୦୦ ମେଗାହଜ, ୮୦୦ ମେଗାହଜ୍, ୧୮୦୦ ମେଗାହଜ୍, ୩୩୦୦ ମେଗାହଜ୍ ଓ ୨୬ ଗିଗାହଜ୍ ବ୍ୟାଣ୍ଡରେ ସ୍ପେକ୍ରମ ଖରିଦ କରାଯାଇଛି । ଓଡ଼ିଶା ସର୍କଲ ପାଇଁ କମ୍ପାନି ୭୦୦ ମେଗାହଜ୍,୧୮୦୦ ମେଗାହଜ୍, ୩୩୦୦ ମେଗାହଜ୍ ଓ ୨୬ ଗିଗାହଜ୍ ବ୍ୟାଣ୍ଡରେ ସ୍ପେକ୍ଟ୍ରମ ହାସଲ କରିଛି ।

ଭାରତୀ ଏୟାରଟେଲ ୪୩୦୮୪ କୋଟି ଟଙ୍କା ମୂଲ୍ୟରେ ମୋଟ ୧୯,୮୬୭ ମେଗାହଜର ସ୍ପେକ୍ଟ୍ରମ ଖରିଦ କରିଛି । ଭୋଡାଫୋନ ୧୮୭୯୯ ଓ ଅଦାନୀ ୨୧୨ କୋଟି ଟଙ୍କା ବିନିମୟରେ ୪୦୦ ମେଗାହଜର ସ୍ପେକ୍ଟ୍ରମ କିଣିଛି ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ।

୫-ଜି ସ୍ପେକ୍ଟ୍ରମ ନିଲାମରେ ୭୦୦ ମେଗାହଜ୍ ବ୍ୟାଣ୍ଡର ସ୍ପେକ୍ଟ୍ରମର ସର୍ବାଧିକ ଚାହିଦା ପରିଲକ୍ଷିତ ହୋଇଥିଲା । କାରଣ ଏହି ନିମ୍ନ ଫ୍ରିକ୍ବେନ୍ସିର ସ୍ପେକ୍ଟ୍ରମ ଦ୍ବାରା ଅଳ୍ପ ଖର୍ଚ୍ଚରେ ଏକ ବିସ୍ତୃତ ଅଂଚଳରେ ୫-ଜି ସେବା ଯୋଗାଇ ହେବ ।

ଓଡ଼ିଶା ସର୍କଲ ପାଇଁ ଏୟାରଟେଲ ୭୦୦ ମେଗାହଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ ପାଇପାରିନାହିଁ । ଏହି ସର୍କଲ ନିମନ୍ତେ କମ୍ପାନି ୩୩୦୦ ମେଗାହଜ୍ ଓ ୨୬ ଗିଗାହଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ ପାଇଛି ।

୫-ଜି ସ୍ପେକ୍ଟ୍ରମ ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ ।

 

 

ସମ୍ବନ୍ଧିତ ଖବର