ନୂଆଦିଲ୍ଲୀ: ଦେଶରେ ୫ଜି ଟେକ୍ନୋଲୋଜି ପରୀକ୍ଷା କରିବାକୁ ଦୂରସଂଚାର ମନ୍ତ୍ରାଳୟ ମଙ୍ଗଳବାର ଦିନ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ଅନୁମତି ଦେଇଛି | ଏହି ପରୀକ୍ଷା ୬ ମାସ ପାଇଁ ହେବ। ୫ଜି ଟେକ୍ନୋଲୋଜି ପରୀକ୍ଷା ପାଇଁ ଅନୁମତି ପାଇଁ ଆବେଦନ କରିଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଏୟାରଟେଲ, ଭୋଡାଫୋନ୍ ଆଇଡିଆ, ରିଲାଏନ୍ସ ଜିଓ ଇନଫୋକମ୍ ଏବଂ ଏମଟିଏନଏଲ ରହିଛନ୍ତି |
ଛଅ ମାସର ପରୀକ୍ଷଣ ସମୟ ମଧ୍ୟରେ ଯନ୍ତ୍ରପାତି କ୍ରୟ ଏବଂ ସ୍ଥାପନ ପାଇଁ ଦୁଇମାସ ଅନ୍ତର୍ଭୁକ୍ତ ରହିଛି | ଦୂରସଂଚାର ମନ୍ତ୍ରାଳୟ କହିଛି ଯେ ଏହି ପରୀକ୍ଷା ଅଣ-ବ୍ୟବସାୟିକ ହେବ ଏବଂ ଟେଲିକମ୍ କମ୍ପାନୀଗୁଡିକ ଏହାକୁ ନିଜ ନେଟୱାର୍କରୁ ପୃଥକ କରିବାକୁ ପଡିବ। ଏହା ବ୍ୟତୀତ ଟେଲିକମ୍ କମ୍ପାନୀଗୁଡିକୁ ମଧ୍ୟ ସେମାନଙ୍କର ବର୍ତ୍ତମାନ ଥିବା ସ୍ପେକ୍ଟ୍ରମକୁ ପରୀକ୍ଷା ପାଇଁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି |
Telecom Department gives go-ahead for #5G technology and spectrum trials
Telecom Service Providers to start 5G trials in different locations across India covering rural, semi-urban and urban areas@DoT_India
Read: https://t.co/7NbQrKKDY9
— PIB India (@PIB_India) May 4, 2021
ଦୂରସଂଚାର ମନ୍ତ୍ରାଳୟ କହିଛି ଯେ ପ୍ରତ୍ୟେକ ଟେଲିକମ୍ କମ୍ପାନୀକୁ ସହର ତଥା ଗ୍ରାମରେ ପରୀକ୍ଷା କରିବାକୁ ପଡିବ, ଯାହା ଦ୍ୱାରା ସାରା ଦେଶରେ ୫ଜି ଟେକ୍ନୋଲୋଜିର ଲାଭ ମିଳିପାରିବ ଏବଂ ଏହା କେବଳ ସହରରେ ସୀମିତ ରହିବ ନାହିଁ।