ଭାରତ ସରକାରଙ୍କ ଦ୍ୱାରା ନାଲକୋର ବକ୍ସାଇଟ୍ ଖଣିକୁ ୫-ଷ୍ଟାର୍ ରେଟିଂ  

ଭୁବନେଶ୍ୱର : ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର ପଞ୍ଚପଟମାଳି ସେଣ୍ଟ୍ରାଲ୍ ଏବଂ ନର୍ଥ ବ୍ଲକ୍ ବକ୍ସାଇଟ୍ ଖଣିକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ୱାରା ୫-ଷ୍ଟାର୍ ରେଟିଂ ପ୍ରଦାନ କରାଯାଇଛି। ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ ଦ୍ୱାରା ଏହି ମୂଲ୍ୟାଙ୍କନ କରାଯାଇଅଛି । ମାନ୍ୟବର କେନ୍ଦ୍ର କୋଇଲା, ସଂସଦୀୟ ବ୍ୟାପାର ଓ  ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ, ନାଲକୋର ନିର୍ଦ୍ଦେଶକ(ଉତ୍ପାଦନ) ବିଜୟ କୁମାର ଦାଶ ଦିଲ୍ଲୀଠାରେ ଆୟୋଜିତ ଷଷ୍ଠ ଜାତୀୟ ଖଣି ଏବଂ ଖଣିଜ ସମ୍ମିଳନୀରେ ଏହି ସମ୍ମାନଜନକ ୫-ଷ୍ଟାର୍ ରେଟିଂ ପୁରସ୍କାର ସହିତ ଉତ୍କର୍ଷ ପ୍ରମାଣପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା, ରେଳବାଇ ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ, କେନ୍ଦ୍ର ଖଣି ସଚିବ ଆଲୋକ ଟଣ୍ଡନ୍, ଏବଂ ଅତିରିକ୍ତ ସଚିବ ସଞ୍ଜୟ ଲୋହିୟା, ମଧ୍ୟ ଉପସ୍ଥିତ ଥିଲେ ।

ନିରନ୍ତର ବିକାଶ ଫ୍ରେମୱାର୍କ (ଝଊୠ) ଉପରେ ଆଧାରିତ ବିଭିନ୍ନ ପ୍ରୟାସ ଏବଂ ପଦକ୍ଷେପ ପାଇଁ ନାଲକୋକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବୈଜ୍ଞାନିକ କାର୍ୟ୍ୟ ଶୈଳୀ ତଥା ଖଣି ଖନନ ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଖଣି କାର୍ୟ୍ୟରେ ସର୍ବୋତ୍ତମ ପ୍ରୟୋଗ ତଥା ଖଣି କ୍ଷେତ୍ରର ଉନ୍ନତି, ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସେବା, କୌଶଳ ଏବଂ ପାରିପାର୍ଶ୍ୱିକ ବିକାଶ ଇତ୍ୟାଦି ଏହି ଝଊୠରେ ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର