ଛଅ ମାସ ହେଲା ଚାଲିଥିଲା ମାନସମନ୍ଥନ

କାମ ସହଜ କରିଦେଲା ପ୍ରଯୁକ୍ତି, ଶୁକ୍ରବାର ପର୍ଯ୍ୟନ୍ତ ନି‌ଷ୍ପତ୍ତି ହୋଇନଥିଲା

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକ ଭିତରେ କିଭଳି ମିଶ୍ରଣ କରାଯିବ ତାହାକୁ ନେଇ ଦୀର୍ଘ ଛଅ ମାସ ହେଲାଣି ଆର୍ଥିକ ସେବା ବିଭାଗ ଓ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ଭିତରେ ଆଲୋଚନା ଚାଲିଥିଲା। କିନ୍ତୁ ନିର୍ଦିଷ୍ଟ ଭାବେ କିଛି ନିଷ୍ପତ୍ତି ହୋଇପାରୁନଥିଲା। ଗତ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମିଶ୍ରଣକୁ ନେଇ ମାନସ ମନ୍ଥନ ଜାରି ରହିଥିଲା। ସେହିଦିନ ବ୍ୟାଙ୍କ ମୁଖ୍ୟମାନଙ୍କୁ ସରକାର ମିଶ୍ରଣ କଥା ଜଣାଇଥିଲେ। ମିଶ୍ରଣ ନିଷ୍ପତ୍ତି ଗ୍ରହଣ କରିବାରେ ସରକାରଙ୍କୁ ପ୍ରଯୁକ୍ତି ବହୁତ ସାହାଯ୍ୟ କରିଥିଲା। ଅତିକମରେ ଚାରିଟି ବ୍ୟାଙ୍କର ମିଶ୍ରଣ ପ୍ରଯୁକ୍ତି ଆଧାରରେ କରାଯାଇଛି। କାନାରା ଓ ସିଣ୍ଡିକେଟ୍‌ ବ୍ୟାଙ୍କ ‘ଆଇଫ୍ଲେକ୍ସ କୋର୍ ବ୍ୟାଙ୍କିଙ୍ଗ ବ୍ୟବସ୍ଥା’ ବ୍ୟବହାର କରୁଥିଲେ। ସେଥିପାଇଁ ସେହି ଦୁଇ ବ୍ୟାଙ୍କକୁ ମିଶାଇ ଦିଆଗଲା। ସେହିପରି, ଇଣ୍ଡିଆନ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କ ‘ବିଏଏନ୍‌ସିଏସ୍‌’ ପ୍ରଯୁକ୍ତି ବ୍ୟବହାର କରୁଥିବାରୁ ସେମାନଙ୍କ ମଧ୍ୟରେ ମିଶ୍ରଣ କରାଯାଇଛି। ଅନ୍ୟ ଛଅଟି ସରକାରୀ ବ୍ୟାଙ୍କରେ ଫିନାକଲ୍‌ ସିବିଏସ୍‌ ବ୍ୟବସ୍ଥା ରହିଥିଲା। ତେଣୁ ସେମାନଙ୍କୁ ପରସ୍ପର ମିଶାଇବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର