କୋଲକାତା: କରୋନା ମହାମାରୀ ଦ୍ବାରା ଷ୍ଟାର୍ଟଅପ୍ ସଂସ୍ଥା ଠାରୁ ଆରମ୍ଭ କରି ବହୁଦେଶୀୟ କମ୍ପାନିଙ୍କୁ ବହୁମାତ୍ରାରେ ପ୍ରଭାବିତ କରିଛି। କାରଖାନା ଗୁଡ଼ିକରେ ଉତ୍ପାଦନ ପ୍ରାୟତଃ ଠପ୍ ହୋଇଯାଇଛି। ଗ୍ରାହକଙ୍କ କ୍ରୟ ଅଭ୍ୟାସ ବି ଏହି ସମୟରେ ବଦଳି ଯାଇଛି। ଏସବୁ ସତ୍ତ୍ବେ ବର୍ତ୍ତମାନ ପରିସ୍ଥିତିରେ ବ୍ୟବସାୟୀ ଓ ଉଦ୍ୟୋଗୀମାନେ ନିରାଶ ନ ହୋଇ ୬ଟି ନୂଆ କୌଶଳ ଆପଣାଇବାର ଆବଶ୍ୟକତା ରହିଛି ବୋଲି ତୁରିୟା କମ୍ୟୁନିକେସନ୍ର ସହ ପ୍ରତିଷ୍ଠାତା ସନ୍ଧ୍ୟା ସୁତୋଦିଆ କହିଛନ୍ତି। ବ୍ୟବସାୟୀମାନେ ମନେ ରଖିବା ଉଚିତ ଯେ, କରୋନା ଭୂତାଣୁର ସଂକ୍ରମଣ ବେଶି ଦିନ ରହିବ ନାହିଁ। ଚୀନ୍ର ଉହାନ ସହର, ଯେଉଁଠି ଏହି ରୋଗ ଆରମ୍ଭ ହୋଇଥିଲା, ସେଠାରେ ଦୋକାନ ବଜାର ଖୋଲିବା ସହିତ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ବ୍ୟବସାୟୀମାନେ ଶାନ୍ତ ଏବଂ ଆଶାବାଦୀ ରହିବା ଆବଶ୍ୟକ। ତେଣୁ ଆପଣ ଯଦି ବ୍ୟବସାୟ ପ୍ରତିଷ୍ଠାନର ମାଲିକ ହୋଇଥାନ୍ତି ତା'ହେଲେ ପ୍ରଥମତଃ ଗ୍ରାହକଙ୍କ ଆବଶ୍ୟକତାକୁ ଆକଳନ କରି ତାହାକୁ ପୂରଣ କରନ୍ତୁ। ଦ୍ବିତୀୟତଃ ଆପଣଙ୍କର ଗ୍ରାହକ ରହିଥିବା ଲୋକମାନଙ୍କୁ କିଭଳି ଧରି ରଖିବେ ତାହା ଉପରେ ଧ୍ୟାନ ଦିଅନ୍ତୁ। ତୃତୀୟତଃ ଆପଣ ଆପଣଙ୍କ ବ୍ରାଣ୍ଡ୍ର ଦୃଶ୍ୟମାନତାକୁ ବଢ଼ାନ୍ତୁ। ଆପଣ ଆପଣଙ୍କ ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନ, ସର୍ଚ୍ଚ ଇଞ୍ଜିନ ମାର୍କେଟିଂ ଏବଂ ପେ-ପର୍-କ୍ଲିକ୍ରେ ଉନ୍ନତି ଆଣନ୍ତୁ। ଡିଜିଟାଲ ୱାର୍ଲଡ୍ରେ ନିଜ ସଂସ୍ଥାର ଉପସ୍ଥିତିକୁ ଜାହିର କରି ରଖିଥାନ୍ତୁ। ଆପଣଙ୍କ ପୋର୍ଟାଲରେ ଗ୍ରାହକଙ୍କୁ ନିଜର ବ୍ୟକ୍ତିଗତ ଯତ୍ନ ଓ ଅଭିଜ୍ଞତା ବାଣ୍ଟିବାରେ ଅଧିକ ସମୟ ଦିଅନ୍ତୁ। ସେହିଭଳି ଆପଣଙ୍କ ସାଇଟ୍ର ଦର୍ଶକ ମାନେ ଯେଭଳି ଗ୍ରାହକରେ ପରିଣତ ହେବେ ତାହା ଉପରେ ଦୃଷ୍ଟି ଦିଅନ୍ତୁ। ଶେଷରେ ବ୍ୟବସାୟର ଲାଭକ୍ଷତିକୁ ସବୁ ସମୟରେ ମାପନ୍ତୁ ବୋଲି ସନ୍ଧ୍ୟା ସୁତୋଦିଆ କୁହନ୍ତି। ବ୍ୟବସାୟୀମାନଙ୍କୁ ସେମାନଙ୍କ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ନିକଟରେ ପହଞ୍ଚିବାରେ ତୁରିୟା କମ୍ୟୁନିକେସନ୍ସ ସହାୟତା ଯୋଗାଇ ଦେଉଛି ବୋଲି ସେ କହିଛନ୍ତି।
କରୋନା ବେଳେ ବ୍ୟବସାୟ ପାଇଁ ୬ ନୂଆ କୌଶଳ
/sambad/media/post_attachments/wp-content/uploads/2020/04/dfhsfh54sf9h7sf98hsf65h4sf5h64sf5h6sfhsfhsfhfhhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)