ଭୁବନେଶ୍ବର: କୋଟାସ୍ଥିତ କୋଚିଂ ପ୍ରତିଷ୍ଠାନ ସର୍ବୋତ୍ତମ କ୍ୟାରିୟର ଇନଷ୍ଟିଚ୍ୟୁଟ୍ର ଛାତ୍ରଛାତ୍ରୀମାନେ ଚଳିତବର୍ଷ ନିଟ୍ ପରୀକ୍ଷାରେ ଗତବର୍ଷ ଭଳି ମଧ୍ୟ ଉତ୍ତମ ପ୍ରଦର୍ଶନ କରିଛନ୍ତି। ସାରା ଦେଶରେ ବିଭିନ୍ନ ଶ୍ରେଣୀର ଟପ୍ ୧୦୦ରେ ଏହି ପ୍ରତିଷ୍ଠାନର ୬ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ଅଗ୍ନିଭା ରାୟ ୧୩ତମ, ରିଷବ ବୈଷ୍ଣବ ୧୪ତମ, ଶ୍ରେୟ ମୁଦଗଲ ୫୫ତମ, ନିତିନ ମେହତା ୫୬ତମ, ପୀୟୂଷ ଅଗ୍ରୱାଲ ୫୮ତମ ଏବଂ ମନିଷ ରାଜପୁତ ୬୫ତମ ସ୍ଥାନରେ ରହିଛନ୍ତି। ସର୍ବୋତ୍ତମ ନିର୍ଦେଶକ କୁହନ୍ତି, ପ୍ରତିଷ୍ଠାନରେ ଶ୍ରେଷ୍ଠ ଫ୍ୟାକଲଟି ଟିମ୍ ଏବଂ ଉତ୍ତମ ଶିକ୍ଷା ପଦ୍ଧତି ଦ୍ବାରା ସମଗ୍ର ଦେଶରେ ଛାତ୍ରଛାତ୍ରୀଙ୍କୁ ଏଭଳି ସଫଳତା ମିଳିପାରୁଛି। ଶ୍ରେଷ୍ଠ ୧୦୦ ମଧ୍ୟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ପିତାମାତାଙ୍କ ସହ ଅନୁଷ୍ଠାନକୁ ଗର୍ବିତ କରିଛନ୍ତି ବୋଲି ସେ କହିଛନ୍ତି।
ଶ୍ରେଷ୍ଠ ୧୦୦ରେ ‘ସର୍ବୋତ୍ତମ’ର ୬ ଜଣ
/sambad/media/post_attachments/wp-content/uploads/2019/06/Untitled-3-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)