ବଜାର ନାହିଁ , ୬୦% ଷ୍ଟାର୍ଟଅପ୍‌ ବିଫଳ ହେବେ!

ଜୟପୁର: ଆମ ଦେଶରେ ଉଦ୍ୟୋଗୀ ହେବା ପାଇଁ ଆଗ୍ରହ ବଢିଛି । ଭାରତରେ ଏବେ ପ୍ରାୟ ୩୦ ହଜାର ଷ୍ଟାର୍ଟଅପ ଥିବାବେଳେ ପ୍ରତିବର୍ଷ ୫ ହଜାରରୁ ୬ ହଜାର ଷ୍ଟାର୍ଟ ଅପ ଗଢି ଉଠିଉଠୁଛି । କିନ୍ତୁ ବଜାର ଅଭାବରୁ ଏମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବିଫଳ ହେବେ, କାରଣ ସମସ୍ତଙ୍କ ପାଇଁ ବଜାର ନାହିଁ ବୋଲି ଇନଫୋସିସ୍‌ର ପୂର୍ବତନ ନିର୍ଦ୍ଦେଶକ ଟି. ମୋହନଦାସ ପାଇ କହିଛନ୍ତି । ୨୦୨୫ ସୁଦ୍ଧା ଦେଶରେ ପ୍ରାୟ ୧ ଲକ୍ଷ ଷ୍ଟାର୍ଟଅପ ଥିବେ ଓ ଏଗୁଡ଼ିକରେ ପ୍ରାୟ ୩୨ ଲକ୍ଷ ଲୋକ କାମ କରୁଥିବେ ।

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ଉଦ୍ୟୋଗଶୀଳତା ପ୍ରତି ବ୍ୟକ୍ତିିଗତ ଧାରଣା ବହଳୁଛି । ଭାରତ ଉପରେ ଗ୍ଲୋବାଲ୍‌ ଏଣ୍ଟରପ୍ରେନ୍ୟୋରସିପ୍‌ ମନିଟର (ଜିଇଏମ୍‌)ର ସଦ୍ୟତମ ରିପୋର୍ଟ ୨୦୧୬-୧୭ରୁ ଏହା ଜଣାପଡ଼ିଛି । ବ୍ୟବସାୟ ଆରମ୍ଭ କରିବାର ସୁଯୋଗ, ବ୍ୟବସାୟ ଆରମ୍ଭ କରିବାର ଦକ୍ଷତା, ଉଦ୍ୟମୀ ହେବାରେ ବିଫଳତାର ଭୟ ବିଷୟରେ ବ୍ୟକ୍ତିଗତ ଧାରଣା ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଭାରତକୁ ବ୍ରିକ୍‌ସ୍‌ ରାଷ୍ଟ୍ରଗୁଡ଼ିକ ସହିତ ତୁଳନା କରିବା ବେଳେ ଜଣାପଡ଼ିଛି ଯେ ସୁଯୋଗକୁ ନେଇ ଧାରଣା ସର୍ବାଧିକ ସ୍ତରରେ ରହିଥିବା ବେଳେ ଦକ୍ଷତାକୁ ନେଇ ଧାରଣା ଦ୍ୱିତୀୟ ସର୍ବାଧିକ ରହିଛି । ଜିଇଏମ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ, ଉଦ୍ୟୋଗୀ ହେବା ପାଇଁ ଆଗ୍ରହ ହାରରେ ଉନ୍ନତି ହୋଇ ୧୪.୯%କୁ ବୃଦ୍ଧି ପାଇଛି ଯାହା ୨୦୧୫-୧୬ ରେ ଏହି ହାର ୯% ଥିଲା । ବିଫଳତା ଭୟର ହାର ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଏହି ହାର ୨୦୧୫-୧୬ ରେ ୪୪% ଥିବା ବେଳେ ୨୦୧୬-୧୭ରେ ତାହା ୩୭.୫%କୁ ଖସି ଆସିଛି।

ସମ୍ବନ୍ଧିତ ଖବର