୬୦%ରୁ ଅଧିକ ଯୁବକଯୁବତୀ ଉଦ୍ୟୋଗୀ ହେବାକୁ ଚାହୁଁଛନ୍ତି

ଭୁବନେଶ୍ୱର: ଭାରତରେ ୬୦%ରୁ ଅଧିକ ଯୁବକଯୁବତୀ ଉଦ୍ୟୋଗୀ ହେବାକୁ ଚାହୁଁଛନ୍ତି। ଆମ୍‌ୱେ ଇଣ୍ଡିଆ ପକ୍ଷରୁ ଉନ୍ମୋଚନ କରାଯାଇଥିବା ଆମ୍‌େଓ୍ଵ ଇଣ୍ଡିଆ ଏଣ୍ଟରପ୍ରେନ୍ୟୁଅରସିପ୍‌ ରିପୋର୍ଟ (ଏଆଇଇଆର୍‌) ୨୦୧୭ରେ ଏହା କୁହାଯାଇଛି। ଏହି ରିପୋର୍ଟକୁ ନିକଟରେ ହାଇଦ୍ରାବାଦଠାରେ ଅନୁଷ୍ଠିତ ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀ (ଜିଇଏସ୍‌) ୨୦୧୭ଠାରେ ଆମ୍‌େଓ୍ଵର ସଭାପତି ଡଗ୍‌ ଡେଭୋସ୍‌ ଏହି ରିପୋର୍ଟକୁ ଉନ୍ମୋଚନ କରିଥିଲେ। ୨୦୧୪ ପରଠାରୁ କଂପାନି ଏଭଳି ରିପୋର୍ଟ ପ୍ରତିବର୍ଷ ପ୍ରକାଶ କରୁଛି। ନିଲ୍‌ସନ୍‌ ସହଯୋଗରେ ୨୦୧୬ରେ ଦେଶ ୨୧ଟି ରାଜ୍ୟର ୨୮ଟି କ୍ଷୁଦ୍ର ସହର ଏବଂ ଗ୍ରାମାଞ୍ଚଳର ୧୦,୮୦୯ ଜଣ ଯୁବକଯୁବତୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ୬୨୬୯ ଛାତ୍ର ଏବଂ ୪୫୪୦ ଛାତ୍ରୀ। ଏହି ସର୍ଭେରୁ ଜଣାପଡ଼ିଛି ଯେ ୭୫% ଯୁବକଯୁବତୀ ଚାହୁଁଛନ୍ତି ସେମାନଙ୍କ ପାଠ୍ୟ ଖସଡ଼ାରେ ଉଦ୍ୟମିତା ପାଠ୍ୟକ୍ରମ ସାମିଲ କରାଯାଉ। ୭୧% ଯୁବକଯୁବତୀ କହିଛନ୍ତି ଯେ ବିଫଳତାର ଭୟ ଯୋଗୁଁ ସେମାନେ ଉଦ୍ୟୋଗୀ ହେବାକୁ ଡରୁଛନ୍ତି। ଅଧିକ ସମ୍ପତ୍ତି ସୃଷ୍ଟି କରିବା ପାଇର୍ ଯୁବକଯୁବତୀମାନେ ଉଦ୍ୟୋଗୀ ହେବାକୁ ଚାହୁଁଥିବା କହିଛନ୍ତି।

ସମ୍ବନ୍ଧିତ ଖବର