ଭୁବନେଶ୍ବର: ପାରାଦୀପରେ ଏକ ନାପ୍‌ଥା କ୍ରାକର୍‌ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି। ସେଥିରେ ୬୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଭାରତୀୟ ତୈଳ ନିଗମ ସେହି ପ୍ରକଳ୍ପ ସ୍ଥାପନ କରିବ। ତାହା ହେବ ଦେଶର ଅନ୍ୟତମ ସର୍ବବୃହତ ନାପ୍‌ଥା ପ୍ରକଳ୍ପ। ସେଥିରେ ରାଜ୍ୟ ସରକାରଙ୍କ ଇକ୍ବିଟି ଅଂଶଧନ ରହିବ। ଏହି ପ୍ରକଳ୍ପରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ଓ ଟିକସ ମିଳିବ। 

Advertisment

ଏନେଇ ଜାନୁଆରିରେ କମ୍ପାନି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ଅବସରରେ କମ୍ପାନିର ଅଧ୍ୟକ୍ଷ ଏ ଏସ୍‌ ସାହନି ଏହି ସୂଚନା ଦେଇଛନ୍ତି। ୨୦୨୫ ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ ଅବସରରେ ଭଦ୍ରକରେ ସ୍ଥାପନ ହେବାକୁ ଥିବା ୪୩୫୨ କୋଟି ଟଙ୍କାର ବୟନ ପାର୍କର ମଧ୍ୟ ଶିଳାନ୍ୟାସ କରାଯିବ।