ଭୁବନେଶ୍ବର: ୨୦୧୬ ମସିହାରେ ରାଜ୍ୟ ସରକାର ଭୁବନେଶ୍ବରରେ ଆୟୋଜନ କରିଥିଲେ ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣ। ଏହି ସଂସ୍କରଣରେ ରାଜ୍ୟ ସରକାର ଗୋଟାଇ ପାରିଥିଲେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ। ତେବେ ସରକାର ୧୨୪ଟି ନିବେଶ ପ୍ରସ୍ତାବ ପାଇଥିଲେ। ଏଥିମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ପ୍ରସ୍ତାବ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ୬୪ଟି କମ୍ପାନି ତୃଣମୂଳ ସ୍ତରରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୩ଟି କମ୍ପାନି ଉତ୍ପାଦନ ଆରମ୍ଭ କରିଛନ୍ତି ବୋଲି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି। ରାଜ୍ୟରେ ନିବେଶ ପ୍ରସ୍ତାବ ଗୁଡ଼ିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶା ବହୁ ଆଗରେ ରହିଛି ବୋଲି ସେ କହିଛନ୍ତି।
୬୪ କମ୍ପାନିର ନିର୍ମାଣ ଆରମ୍ଭ, ୩ରୁ ଉତ୍ପାଦନ ହେଲାଣି
/sambad/media/post_attachments/wp-content/uploads/2018/11/440px-Sanjeev_chopra_public_domain_picture.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)