ଭୁବନେଶ୍ୱର: ଗୋଦରେଜ୍ ଇଣ୍ଟେରିଓ ପକ୍ଷରୁ “ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସୁସ୍ଥତା’ ସଂପର୍କିତ ଏକ ଅଧ୍ୟୟନର ନିର୍ଯ୍ୟାସକୁ ପ୍ରକାଶ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ବ୍ୟାଙ୍କର କର୍ମଚାରୀମାନେ ଲମ୍ବା ସମୟ ପର୍ଯ୍ୟନ୍ତ ସ୍କ୍ରିନ୍କୁ ଦେଖି କାମ କରିବା, ଅଧିକାଂଶ ସମୟ ତଥ୍ୟ ଉପରେ ନଜର ରଖିବା, ଅନଲାଇନ୍ ଗ୍ରାହକ ପ୍ରଶ୍ନର ଉତ୍ତର ଦେବା ଏବଂ ବ୍ୟବସ୍ଥାକୁ ଅପଡେଟ ରଖିବାରେ ସମୟ ବିତାଇଥାନ୍ତି ଯାହା ଉଭୟ ଶାରିରୀକ ଓ ମାନସିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଚାପ ପ୍ରଦାନକାରୀ । ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ କଲ୍ୟାଣର ଗୁରୁତ୍ୱକୁ ସବୁ ବ୍ୟାଙ୍କ ଜାଣିବାକୁ ପ୍ରୟାସ କରନ୍ତି ନାହିଁ ଏବଂ ସୁସ୍ଥକର କାମ ପରିବେଶ ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ସମ୍ବଳ ନାହିଁ । ଏହି ଅଧ୍ୟୟନରେ ଉଭୟ ଘରୋଇ ଓ ସରକାରୀ ବ୍ୟାଙ୍କରେ କାମ କରୁଥିବା ମୋଟ ୨୫୦ ବ୍ୟାଙ୍କର ଅଂଶଗ୍ରହଣ କରିଥିଲେ । କାମ କରିବାର ସଠିକ୍ ବସିବା ଢାଂଚା, କର୍ମ ଡେସ୍କର ଆକାର ଏବଂ ସାମଗ୍ରିକ କଲ୍ୟାଣ ବିଷୟରେ କର୍ମଚାରୀମାନେ କେତେ ସଚେତନ ତାହା ଜାଣିବା ଲାଗି ଏହି ସର୍ଭେ କରାଯାଇଥିଲା ।
ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଧିକାଂଶ ବ୍ୟାଙ୍କରେ ଏର୍ଗୋନୋକିକ୍ ଭିତିଭୂମି ନାହିଁ ଯେଉଁଥି ପାଇଁ ଲମ୍ବା ସମୟ କାମ କରୁଥିବା ବ୍ୟାଙ୍କ କର୍ମଚାରୀମାନଙ୍କ ଠାରେ ସମସ୍ୟା ଦେଖାଦେଉଛି । ବ୍ୟାଙ୍କରେ ଥିବା ୪୯ ପ୍ରତିଶତ ଚୌକିରେ ଆର୍ମରେଷ୍ଟ ନାହିଁ ଏବଂ ୪୧% ଚୌକିରେ ବ୍ୟାକ୍ ରିକ୍ଲାଇନର୍ ନାହିଁ । ୨୬ ବର୍ଷରୁ ଅଧିକ ବୟସର କର୍ମଚାରୀମାନଙ୍କଠାରେ ଅଧିକ ସମସ୍ୟା ଦେଖାଦେଉଛି । ବୟସ ବଢ଼ିବା ସହ ସମସ୍ୟା ବଢ଼ୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Bank-staff.jpg)