ଜିଓକୁ ମିଳିଲା ଆଉ ୬୫୯୮ କୋଟି ନିବେଶ

ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ ପ୍ରମୁଖ ଡିଜିଟାଲ୍ ସେବା ପ୍ଲାଟ୍‌ଫର୍ମ ଜିଓ ପ୍ଲାଟଫର୍ମସ୍ବିଶ୍ବର ଅନ୍ୟତମ ପ୍ରମୁଖ ଇକ୍ୱିଟି ସଂସ୍ଥା ଜେନେରାଲ୍ ଆଟ୍‌ଲାଣ୍ଟିକ୍ ୬,୫୯୮ କୋଟି ଟଙ୍କା ନିବେଶ କରିବ। ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ସଂସ୍ଥାଗତ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୧.୩୪ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ । ଏହି ପୁଞ୍ଜିନିବେଶ ସହିତ ଜିଓ ପ୍ଲାଟଫର୍ମସ୍ ଗତ ଚାରି ସପ୍ତାହରୁ କମ୍ ସମୟ ମଧ୍ୟରେ ୬୭,୧୯୪.୭୫ କୋଟି ଟଙ୍କାର ନିବେଶ ହାସଲ କରିପାରିଛି। ଫେସ୍‌ବୁକ୍‌, ସିଲଭର୍ ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ଓ ଜେନେରାଲ୍ ଆଟ୍‌ଲାଣ୍ଟିକ୍ ଭଳି ସଂସ୍ଥା ଠାରୁ କଂପାନି ଏହି ସବୁ ପୁଞ୍ଜିନିବୋ ହାସଲ କରିଛି।

ଜିଓ ପ୍ଲାଟଫର୍ମସ୍ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ଓ ଏକ ପରବର୍ତୀ ପିଢ଼ିର ପ୍ରଯୁକ୍ତି କଂପାନି ଯାହା ସାରା ଭାରତରେ ଉଚ୍ଚମାନର ଡିଜିଟାଲ୍ ସେବା ପ୍ରଦାନକରିବାରେ ଗୁରୁତ୍ୱ ପ୍ରଦାନ କରୁଛି । ଏହାର ୩୩୮ ନିୟୁତରୁ ଅଧିକ ଉପଭୋକ୍ତା ରହିଥିବା ବେଳେ ଏହା ଡିଜିଟାଲ୍ ବ୍ୟବସ୍ଥା ବା ଇକୋସିଷ୍ଟମ୍‌ରେ ବ୍ୟାପକ ନିବେଶ କରିଛି। ଜିଓର ଲକ୍ଷ୍ୟ ହେଉଛି ସାରା ଭାରତରେ ୧୩୦ କୋଟି ଲୋକ ଏବଂ ବ୍ୟବସାୟ, ବିଶେଷକରି କ୍ଷୁଦ୍ର ବ୍ୟବସାୟୀ, ଲଘୁ-ବ୍ୟବସାୟୀ ଏବଂ ଚାଷୀମାନଙ୍କ ପାଇଁ ଏକ ଡିଜିଟାଲ୍ ଭାରତ ନିର୍ମାଣ କରିବା ଯାହାଦ୍ୱାରା ସେମାନେ ମଧ୍ୟ ଏହି ଅଭିବୃଦ୍ଧିରେ ସାମିଲ୍ ହୋଇ ଲାଭ ପାଇପାରିବେ। ଏହି ଅବସରରେ ମୁକେଶ କହିଛନ୍ତି ଯେ, ବିଶ୍ୱର ଏକ ପ୍ରମୁଖ ନିବେଶକ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌କୁ ମୂଲ୍ୟବାନ ସହଯୋଗୀ ଭାବେ ସ୍ୱାଗତ କରୁଥିବାରୁ ମୁଁ ଅତ୍ୟନ୍ତ ଉଲ୍ଲସିତ।

ସମ୍ବନ୍ଧିତ ଖବର