ନୂଆଦିଲ୍ଲୀ : ଟ୍ବିଟର ଭଳି ମାର୍କ ଜୁକରବର୍ଗଙ୍କ ସଂସ୍ଥା ମେଟା ପକ୍ଷରୁ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ପାଇଁ ଭେରିଫିକେସନ୍ ସ୍କିମ୍ ଘୋଷଣା କରାଯାଇଛି। ଫେସବୁକ୍ ଓ ଇନଷ୍ଟାଗ୍ରାମ୍ରେ ବ୍ଲୁ ଟିକ୍ ପାଇଁ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମାସିକ ୬୯୯ ଟଙ୍କା ଗଣିବାକୁ ପଡ଼ିବ। ୱେବ୍ ବ୍ୟବହାରକାରୀଙ୍କୁ ୧୦୦ ଟଙ୍କା କମ୍ ଦେବାକୁ ପଡ଼ିବ। ପୂର୍ବରୁ ଯେଉଁ ଆକାଉଣ୍ଟ୍ର ଭେରିଫିକେସନ ହୋଇଯାଇଛି ତାହାର ବ୍ଲୁ ଟିକ୍କୁ କଂପାନି ହଟାଇବ ନାହିଁ। ଫେସବୁକ୍ ଓ ଇନଷ୍ଟାଗ୍ରାମ୍ର ଭେରିଫାଏଡ୍ ବ୍ୟବହାରକାରୀଙ୍କୁ ଅଧିକ ସୁବିଧା ମିଳିବ। ତେବେ ସବୁ ଆକାଉଣ୍ଟ୍କୁ ଫେରିଫିକେସନ ଚିହ୍ନ ମିଳିବ ନାହିଁ। ଏହି ଚିହ୍ନ ପାଇବା ପୂର୍ବରୁ କେତେକ ନିର୍ଦିଷ୍ଟ ସର୍ତ୍ତ ପୂରଣ କରିବାକୁ ପଡ଼ିବ।
ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ବ୍ଲୁ ଟିକ୍ ପାଇଁ ମାସକୁ ୬୯୯ ଟଙ୍କା
/sambad/media/post_attachments/wp-content/uploads/2023/06/fac.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)