ପିଏମ୍‌ କିଷାନ ହିତାଧିକାରୀ ସଂଖ୍ୟା ୭ କୋଟି ଛୁଇଁବ

ନୂଆଦିଲ୍ଲୀ: ୨୦୧୮ ଡିସେମ୍ବର ୧ରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୫ କୋଟି ୪୧ ଲକ୍ଷରେ ପହଞ୍ଚି ସାରିଲାଣି। ଜୁଲାଇ ଶେଷ ସୁଦ୍ଧା ଉକ୍ତ ସଂଖ୍ୟା ୭ କୋଟିରେ ପହଞ୍ଚିବା ନେଇ ଆଶା ରହିଛି ବୋଲି ଉକ୍ତ ଯୋଜନାର ସିଇଓ ବିବେକ ଅଗ୍ରୱାଲ କହିଛନ୍ତି। ଯୋଜନାରେ କେନ୍ଦ୍ର ସରକାର କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ୩ଟି ସମାନ କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଦିଆଯିବାର ବ୍ୟବସ୍ଥା ହୋଇଛି। ପୂର୍ବରୁ ଏହି ଯୋଜନାରେ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଚାଷୀଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ଚଳିତବର୍ଷ ମେ ୩୧ରୁ ଯୋଜନାରେ ସବୁ କୃଷକଙ୍କୁ ସାମିଲ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର