ବୁଲେଟ୍‌ ଟ୍ରେନ୍‌ ପାଇଁ ସମୁଦ୍ର ତଳେ ତିଆରି ହେବ ୭ କିମି ଟନେଲ୍‌

ନୂଆଦିଲ୍ଲୀ : ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ୍ ପ୍ରକଳ୍ପ ପାଇଁ ୨୧ କିଲୋମିଟର ଲମ୍ବ ଟନେଲ୍‌ ନିର୍ମାଣ କରାଯିବ। ସେଥିରୁ ୭ କିଲୋମିଟର ଟନେଲ୍ ସମୁଦ୍ର ତଳେ ରହିବ। ଟନେଲ୍‌ ନିର୍ମାଣ କରିବା ଲାଗି ବୁଲେଟ୍‌ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥା ନ୍ୟାସନାଲ୍‌ ହାଇସ୍ପିଡ୍ ରେଲ୍‌ୱେ କର୍ପୋରେସନ ଲିମିଟେଡ୍‌ ବିଡ୍‌ ଆହ୍ବାନ କରିଛି। ଏହି ଟେନଲେ୍‌କୁ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ଓ ମହାରାଷ୍ଟ୍ରର ଥାନେ ଜିଲ୍ଲାର ସିଲଫଟା ମଧ୍ୟରେ ନିର୍ମାଣ କରାଯିବ। ଟନେଲ୍ ବୋରିଂ ମେସିନ୍ ଓ ନୂଆ ଅଷ୍ଟ୍ରିଆନ୍ ଟନେଲିଂ ପଦ୍ଧତିକୁ ବ୍ୟବହାର କରି ଏହାକୁ ନିର୍ମାଣ କରାଯିବ।

ଥାନେ କ୍ରିକ୍‌ରେ ନିର୍ମାଣ କରାଯିବାକୁ ଥିବା ୭ କିମିର ଟନେଲ୍‌ ହେବ ଭାରତର ପ୍ରଥମ ସମୁଦ୍ର ତଳ ଟନେଲ୍। ମହାରାଷ୍ଟ୍ରରେ ସରକାର ବଦଳିବା ପରେ ବୁଲେଟ୍‌ ଟ୍ରେନ୍ ପ୍ରକଳ୍ପ ତ୍ବରାନ୍ବିତ ହୋଇଛି। ପୂର୍ବରୁ ଜାରି ହୋଇ ବାତିଲ ହୋଇଥିବା ଟେଣ୍ଡରଗୁଡ଼ିକୁ ପୁଣି ଥରେ ଆହ୍ବାନ କରାଯାଉଛି। ଟନେଲ୍‌ ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡର ଦସ୍ତାବିଜଙ୍କୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ୍‌ କରିଛନ୍ତି। ବିଡ୍‌ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୩ ଜାନୁଆରି ୧୯। ବିଡ୍ କାଗଜପତ୍ରଗୁଡ଼ିକୁ ୨୦୨୩ ଜାନୁଆରି ୨୦ରେ ଖୋଲାଯିବ।

ସମ୍ବନ୍ଧିତ ଖବର