ଟାଟା ଷ୍ଟିଲ୍‌ରେ ମିଶିବ ୭ ସହାୟକ କମ୍ପାନି

ମୁମ୍ବାଇ : ଟାଟା ଷ୍ଟିଲ୍‌ରେ ଏହାର ୭ଟି ଯାକ ସହାୟକ ଧାତବ କମ୍ପାନିର ମିଶ୍ରଣ ହେବ। ଉକ୍ତ ମିଶ୍ରଣ ପ୍ରସ୍ତାବକୁ ଟାଟା ଗ୍ରୁପର ନିର୍ଦ୍ଦେଶକ ବୋର୍ଡ ମଞ୍ଜୁରି ପ୍ରଦାନ କରିଛି। ଟାଟା ଷ୍ଟିଲ ସହିତ ମିଶିବାକୁ ଥିବା ୭ଟି ଯାକ ସହାୟକ କମ୍ପାନି ହେଉଛନ୍ତି ଟାଟା ଷ୍ଟିଲ୍ ଲଙ୍ଗ୍‌ ପ୍ରଡକ୍ଟସ ଲିମିଟେଡ, ଦ ଟିନପ୍ଲେଟ କମ୍ପାନି ଅଫ୍ ଇଣ୍ଡିଆ ଲିମିଟେଡ, ଟାଟା ମେଟାଲିକ୍ସ ଲିମିଟେଡ, ଟିଆର୍‌ଏଫ୍‌ ଲିମିଟେଡ, ଦ ଇଣ୍ଡିଆନ୍ ଷ୍ଟିଲ୍ ଆଣ୍ଡ୍ ‌ଓୟାର ପ୍ରଡକ୍ଟସ ଲିମିଟେଡ, ଟାଟା ଷ୍ଟିଲ ମାଇନିଂ ଲିମିଟେଡ ଏବଂ ଏସ୍‌ ଆଣ୍ଡ୍ ଟି ମାଇନିଂ କମ୍ପାନି ଲିମିଟେଡ। ଟାଟା ଷ୍ଟିଲ୍ ଏହି ମିଶ୍ରଣ ସଂପର୍କରେ ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇଛି।

ସମ୍ବନ୍ଧିତ ଖବର